Categories: ଜାତୀୟ

ପୋଷ୍ଟ ଅଫିସରେ ମିଳୁଛି ଗଙ୍ଗାଜଳ

ରୋହତକ,୩୦।୭: ହରିୟାଣାର ରୋତକରେ ଥିବା ଏକ ପୋଷ୍ଟ ଅଫିସରେ ଗଙ୍ଗୋତ୍ରୀରୁ ଆସିଥିବା ଗଙ୍ଗାଜଳ ବିକ୍ରି କରାଯାଉଥିବା ଦେଖାଯାଇଛି। ଏନେଇ ସେଠାକାର ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ କାଉଡି ଯାତ୍ରାରେ ଯାଇ ପାରୁ ନାହାଁନ୍ତ ସେମାନଙ୍କୁ ଆମେ ଏହି ସୁଯୋଗ ଯୋଗାଇ ଦେଉଛୁ। ଏଥିରେ ଆମେ କୌଣସି ଲାଭ ରଖୁନାହୁଁ। ଯେତିକି ଟଙ୍କାରେ ଏହା କିଣା ଯାଇଛି ସେତିକି ଟଙ୍କାରେ ଏଠାରେ ‘ଗଙ୍ଗାଜଳ’ ବିକ୍ରି କରାଯାଉଛି ବୋଲି ସେ କହିଛନ୍ତି।

Share