ପୋଷ୍ଟାଲ ବାଲଟ୍‌ ମତ: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପଛୁଆ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଦୁଇ-ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟରୁ ସଂଗୃହୀତ ହୋଇଥିବା ଭୋଟରେ ବିଜେଡି ଭାଜପାଠାରୁ ପଛରେ ରହିଥିବା ଜଣାପଡିଛି । ଏମିତି କି ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ପୋଷ୍ଟାଲ ବାଲଟ୍‌ରେ ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କଠାରୁ ପଛୁଆ ରହିଥିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କ୍ୟାବିନେଟ୍‌ର ବହୁ ସଦସ୍ୟ ନିର୍ବାଚନ ଜିତିଥିଲେ ବି ଡାକ ଯୋଗେ ଆସିଥିବା ଭୋଟରେ ପଛରେ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ କର୍ମଚାରୀ, ବିଶେଷ ଭାବେ ଶିକ୍ଷା ବିଭାଗର କର୍ମଚାରୀ ପୋଷ୍ଟାଲ ବାଲଟ୍‌ରେ ଭୋଟ ଦେଇଥାନ୍ତି। ଅନ୍ୟ ବର୍ଗ ଅପେକ୍ଷା ଏହି ବର୍ଗକୁ ଅଧିକ ସଚେତନ ବୋଲି କୁହାଯାଇଥାଏ। ତେଣୁ ଚଳିତ ବିଧାନସଭାରେ ରାଜ୍ୟର ଅପେକ୍ଷାକୃତ ଶିକ୍ଷିତ ଓ ସଚେତନ ବର୍ଗ ବିଜେଡିକୁ ପସନ୍ଦ କରୁ ନ ଥିବା ପରିଲକ୍ଷିତ ହୋଇଛି।
ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ହିଞ୍ଜିଳିରୁ ନବୀନ ୧୫୬ଟି ପୋଷ୍ଟାଲ ଭୋଟ ପାଇଛନ୍ତି। ହେଲେ ଭାଜପା ପ୍ରାର୍ଥୀ ପୀତାମ୍ବର ସେହି ଆସନରୁ ୧୭୭ ଖଣ୍ଡ ପୋଷ୍ଟାଲ ଭୋଟ ପାଇଛନ୍ତି। ସେହିପରି ବିଜେପୁର ଆସନରୁ ନବୀନ ପୋଷ୍ଟାଲ ଭୋଟ୍‌ରେ ଆଗୁଆ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ୪୩୮ଟି ପୋଷ୍ଟାଲ ଭୋଟ ପାଇଛନ୍ତି। ସେହି ସିଟ୍‌ରୁ ଭାଜପା ପ୍ରାର୍ଥୀ ସନାତନ ଗଡତିଆ ୩୯୪ ଖଣ୍ଡ ପୋଷ୍ଟାଲ ଭୋଟ ପାଇଛନ୍ତି। ନବୀନଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଏକାଧିକ ପ୍ରଭାବଶାଳୀ ମନ୍ତ୍ରୀ ନିଜ ନିଜ ବିଧାନସଭା କ୍ଷେତ୍ରରେ ପୋଷ୍ଟାଲ ଭୋଟରେ ପଛୁଆ ରହିଛନ୍ତି। ସେମାନେ ହେଉଛନ୍ତି- ନିରଞ୍ଜନ ପୂଜାରୀ(ସୋନପୁର), ବିକ୍ରମ କେଶରୀ ଆରୁଖ(ଭଞ୍ଜନଗର), ପଦ୍ମନାଭ ବେହେରା (ବୀରମହାରାଜପୁର), ସୁଶାନ୍ତ ସିଂ(ଭଟଲି), ଅରୁଣ ସାହୁ(ନୟାଗଡ଼), ସୁଦାମ ମାରାଣ୍ଡି (ବାଙ୍ଗିରିପୋଷୀ), ପ୍ରଫୁଲ୍ଲ ମଲ୍ଲିକ (କାମାକ୍ଷାନଗର)। ହାତଗଣତି କ୍ୟାବିନେଟ୍‌ ମନ୍ତ୍ରୀ ପୋଷ୍ଟାଲ ବାଲଟ୍‌ରେ ଆଗୁଆ ରହିଛନ୍ତି। ସେମାନେ ହେଉଛନ୍ତି-ରଣେନ୍ଦ୍ର ପ୍ରତାପ ସ୍ବାଇଁଁ(ଆଠଗଡ), ପ୍ରତାପ ଜେନା (ମାହାଙ୍ଗା) ଏବଂ ନବ କିଶୋର ଦାସ (ଝାରସୁଗୁଡା)।
ସେହିଭଳି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ପାଇଥିବା ପ୍ରେମାନନ୍ଦ ନାୟକ (ତେଲକୋଇ), ପଦ୍ମିନୀ ଦିଆନ୍‌ (କୋଟପାଡ), ଦିବ୍ୟଶଙ୍କର ମିଶ୍ର (ଜୁନାଗଡ), ଜ୍ୟୋତି ପାଣିଗ୍ରାହୀ (ସିମୁଳିଆ), ସମୀର ରଞ୍ଜନ ଦାଶ (ନିମାପଡା) ନିଜ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିବା ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛନ୍ତି। ସେହିପରି ଜଗନ୍ନାଥ ସାରକା (ବିଷମକଟକ), ରଘୁନନ୍ଦନ ଦାସ (ବାଲିକୁଦା-ଏରସମା), ତୁଷାରକାନ୍ତି ବେହେରା (କାକଟପୁର) ଏବଂ ଅଶୋକ ପଣ୍ଡା (ଭୁବନେଶ୍ୱର-ଏକାମ୍ର) ପୋଷ୍ଟାଲ ବାଲଟ୍‌ରେ ଆଗୁଆ ରହିଛନ୍ତି। ମୋଟ ଉପରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିଞ୍ଜିଳି ଆସନକୁ ମିଶାଇ ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରତିନିଧିତ୍ୱ କରୁଥିବା ମୋଟ ୧୩ଟି ଆସନରେ ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛି। କେବଳ ଟିଟିଲାଗଡ ଆସନରେ ପୋଷ୍ଟାଲ ବାଲଟ୍‌ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷ (ଯେଉଁମାନେ ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛନ୍ତି), ସେମାନଙ୍କ ନିର୍ବାଚନମଣ୍ଡଳୀର ତଥ୍ୟ ପାର୍ଶ୍ୱରେ ପ୍ରଦାନ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri