ପୋଷ୍ଟାଲ ବାଲଟ୍‌ ମତ: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ପଛୁଆ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ଦୁଇ-ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇଛି। ଏହା ସତ୍ତ୍ୱେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟରୁ ସଂଗୃହୀତ ହୋଇଥିବା ଭୋଟରେ ବିଜେଡି ଭାଜପାଠାରୁ ପଛରେ ରହିଥିବା ଜଣାପଡିଛି । ଏମିତି କି ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ପୋଷ୍ଟାଲ ବାଲଟ୍‌ରେ ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କଠାରୁ ପଛୁଆ ରହିଥିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କ୍ୟାବିନେଟ୍‌ର ବହୁ ସଦସ୍ୟ ନିର୍ବାଚନ ଜିତିଥିଲେ ବି ଡାକ ଯୋଗେ ଆସିଥିବା ଭୋଟରେ ପଛରେ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ କର୍ମଚାରୀ, ବିଶେଷ ଭାବେ ଶିକ୍ଷା ବିଭାଗର କର୍ମଚାରୀ ପୋଷ୍ଟାଲ ବାଲଟ୍‌ରେ ଭୋଟ ଦେଇଥାନ୍ତି। ଅନ୍ୟ ବର୍ଗ ଅପେକ୍ଷା ଏହି ବର୍ଗକୁ ଅଧିକ ସଚେତନ ବୋଲି କୁହାଯାଇଥାଏ। ତେଣୁ ଚଳିତ ବିଧାନସଭାରେ ରାଜ୍ୟର ଅପେକ୍ଷାକୃତ ଶିକ୍ଷିତ ଓ ସଚେତନ ବର୍ଗ ବିଜେଡିକୁ ପସନ୍ଦ କରୁ ନ ଥିବା ପରିଲକ୍ଷିତ ହୋଇଛି।
ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ହିଞ୍ଜିଳିରୁ ନବୀନ ୧୫୬ଟି ପୋଷ୍ଟାଲ ଭୋଟ ପାଇଛନ୍ତି। ହେଲେ ଭାଜପା ପ୍ରାର୍ଥୀ ପୀତାମ୍ବର ସେହି ଆସନରୁ ୧୭୭ ଖଣ୍ଡ ପୋଷ୍ଟାଲ ଭୋଟ ପାଇଛନ୍ତି। ସେହିପରି ବିଜେପୁର ଆସନରୁ ନବୀନ ପୋଷ୍ଟାଲ ଭୋଟ୍‌ରେ ଆଗୁଆ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ୪୩୮ଟି ପୋଷ୍ଟାଲ ଭୋଟ ପାଇଛନ୍ତି। ସେହି ସିଟ୍‌ରୁ ଭାଜପା ପ୍ରାର୍ଥୀ ସନାତନ ଗଡତିଆ ୩୯୪ ଖଣ୍ଡ ପୋଷ୍ଟାଲ ଭୋଟ ପାଇଛନ୍ତି। ନବୀନଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଏକାଧିକ ପ୍ରଭାବଶାଳୀ ମନ୍ତ୍ରୀ ନିଜ ନିଜ ବିଧାନସଭା କ୍ଷେତ୍ରରେ ପୋଷ୍ଟାଲ ଭୋଟରେ ପଛୁଆ ରହିଛନ୍ତି। ସେମାନେ ହେଉଛନ୍ତି- ନିରଞ୍ଜନ ପୂଜାରୀ(ସୋନପୁର), ବିକ୍ରମ କେଶରୀ ଆରୁଖ(ଭଞ୍ଜନଗର), ପଦ୍ମନାଭ ବେହେରା (ବୀରମହାରାଜପୁର), ସୁଶାନ୍ତ ସିଂ(ଭଟଲି), ଅରୁଣ ସାହୁ(ନୟାଗଡ଼), ସୁଦାମ ମାରାଣ୍ଡି (ବାଙ୍ଗିରିପୋଷୀ), ପ୍ରଫୁଲ୍ଲ ମଲ୍ଲିକ (କାମାକ୍ଷାନଗର)। ହାତଗଣତି କ୍ୟାବିନେଟ୍‌ ମନ୍ତ୍ରୀ ପୋଷ୍ଟାଲ ବାଲଟ୍‌ରେ ଆଗୁଆ ରହିଛନ୍ତି। ସେମାନେ ହେଉଛନ୍ତି-ରଣେନ୍ଦ୍ର ପ୍ରତାପ ସ୍ବାଇଁଁ(ଆଠଗଡ), ପ୍ରତାପ ଜେନା (ମାହାଙ୍ଗା) ଏବଂ ନବ କିଶୋର ଦାସ (ଝାରସୁଗୁଡା)।
ସେହିଭଳି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ପାଇଥିବା ପ୍ରେମାନନ୍ଦ ନାୟକ (ତେଲକୋଇ), ପଦ୍ମିନୀ ଦିଆନ୍‌ (କୋଟପାଡ), ଦିବ୍ୟଶଙ୍କର ମିଶ୍ର (ଜୁନାଗଡ), ଜ୍ୟୋତି ପାଣିଗ୍ରାହୀ (ସିମୁଳିଆ), ସମୀର ରଞ୍ଜନ ଦାଶ (ନିମାପଡା) ନିଜ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିବା ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛନ୍ତି। ସେହିପରି ଜଗନ୍ନାଥ ସାରକା (ବିଷମକଟକ), ରଘୁନନ୍ଦନ ଦାସ (ବାଲିକୁଦା-ଏରସମା), ତୁଷାରକାନ୍ତି ବେହେରା (କାକଟପୁର) ଏବଂ ଅଶୋକ ପଣ୍ଡା (ଭୁବନେଶ୍ୱର-ଏକାମ୍ର) ପୋଷ୍ଟାଲ ବାଲଟ୍‌ରେ ଆଗୁଆ ରହିଛନ୍ତି। ମୋଟ ଉପରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିଞ୍ଜିଳି ଆସନକୁ ମିଶାଇ ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରତିନିଧିତ୍ୱ କରୁଥିବା ମୋଟ ୧୩ଟି ଆସନରେ ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛି। କେବଳ ଟିଟିଲାଗଡ ଆସନରେ ପୋଷ୍ଟାଲ ବାଲଟ୍‌ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷ (ଯେଉଁମାନେ ପୋଷ୍ଟାଲ ବାଲଟ୍‌ରେ ପଛୁଆ ରହିଛନ୍ତି), ସେମାନଙ୍କ ନିର୍ବାଚନମଣ୍ଡଳୀର ତଥ୍ୟ ପାର୍ଶ୍ୱରେ ପ୍ରଦାନ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri