ପୋଷ୍ଟାଲ ବାଲଟ୍‌ ଗଣତି ଶେଷ: ବିଜେଡି ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଏହି ୨ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ୍‌ ଭୋଟ ଗଣନାରେ ବିଜେଡି ଆଗରେ ରହିଛି। ପୋଷ୍ଟାଲ ବାଲଟ୍‌ ଗଣତି ଶେଷ ହୋଇଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଛି। ବାଲେଶ୍ୱରେ ବିଜେଡିକୁ ୩୪୨୭ ଭୋଟ ମିଳିଥିବା ବେଳେ ଭାଜପାକୁ ୨୮୧୨ ଓ କଂଗ୍ରେସ ୯୦୦ ଭୋଟ ପାଇଛି। ସେହିପରି ତିର୍ତ୍ତୋଲରେ ବିଜେଡି ୩୮୫୨, ଭାଜପା ୨୭୭୪ ଓ କଂଗ୍ରେସ ୪୪୨ଟି ଭୋଟ ପାଇଛି।