୧୬ ବର୍ଷ ଧରି କୌଣସି ଚିଠି ନ ବାଣ୍ଟି ଘରେ ଲୁଚାଇ ରଖିଲେ ପୋଷ୍ଟମ୍ୟାନ

ଟୋକିଓ,୨୫।୧: ଜାପାନରେ ଜଣେ ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ପୋଷ୍ଟମ୍ୟାନ୍‌ ୨୪ ହଜାରରୁ ଅଧିକ ଚିଠି ନ ବାଣ୍ଟି ପକାଇ ରହିଥିଲେ। ଏନେଇ ଜଣାପଡ଼ିବା ପରେ ପୋଷ୍ଟାଲ ଅଧିକାରୀ ଲୋକଙ୍କୁ କ୍ଷମା ମାଗିଛନ୍ତି। ସ୍ଥାନୀୟ ୟୋକୋହାମାରେ ଏଭଳି ଘଟଣା ଘଟିଛି। ୨୦୦୩ଠାରୁ ଗତ ୧୬ ବର୍ଷ ଧରି ମୁଖ୍ୟ ପୋଷ୍ଟମ୍ୟାନ୍‌ ଥିବା ଏହି ବ୍ୟକ୍ତି ଜଣକ କୌଣସି ଚିଠି ବାଣ୍ଟି ନ ଥିଲେ। ଏହାପରେ ଯାଞ୍ଚ୍‌ ହେବାରୁ ତାଙ୍କ ଘରୁ ଚିଠିଗୁଡ଼ିକ ମିଳିଥିଲା। ଚିଠି ମିଳୁ ନ ଥିବା ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଜୁନିୟରମାନଙ୍କୁ ହଇରାଣ କରିବା ଲାଗି ସେ ଏପରି କରିଥିବା କୁହାଯାଉଛି। ସେ ଦୋଷୀ ସାବ୍ୟସ୍ତ ହେଲେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହିତ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share