ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ ସ୍ବାଇଁ ଓ ମନୋଜ ସ୍ବାଇଁଙ୍କ ଘରେ। ଶୁକ୍ରବାର ଅପରାହ୍ନରେ ହଠାତ୍‌ ପୋଷା କୁକୁର ଦୁଇଟି ବାରମ୍ବାର ଭୁକିବା ଶବ୍ଦ ଶୁଭିଲା। କେହି ଆସିଥିବା ଅନୁମାନ କରି ଘର ଭିତରୁ ପରିବାର ଲୋକେ ବାହାରି ଆସିଲେ। ଘର ସମ୍ମୁଖ କୋଠରି ଦ୍ୱାର ନିକଟରେ ୪ ଫୁଟ ଲମ୍ବର ଏକ ନାଗସାପ ଫଣା ଟେକି ରହିଥିବା ଦେଖିବାକୁ ପାଇଥିଲେ। ସମସ୍ତେ ଭୟଭୀତ ହୋଇପଡିଥିଲେ। ଦୁଇ ପୋଷା କୁକୁର ସେରା ଓ ସାରା ସାପ ଆଗରେ ଛିଡା ହୋଇ ଭୁକିବା ସହ ଘର ଭିତରକୁ ଛାଡୁ ନ ଥାନ୍ତି। ମନୋଜ ଓ ସରୋଜଙ୍କ ପରିବାର ସଦସ୍ୟ ଦୁଇ ପୋଷା କୁକୁର ସେରା ଓ ସାରାଙ୍କୁ ପାଟି କଲେ ମଧ୍ୟ ସାପ ଆଗରୁ ହଟୁ ନ ଥାନ୍ତି। କୁକୁରମାନଙ୍କ ପ୍ରତିରୋଧ ଯୋଗୁ ସାପଟି ଘର ପରିସରର ପାଚେରି ପାଖକୁ ପଳାଇଥିଲା। ହେଲେ ସେରା ଓ ସାରା ତାଙ୍କୁ ଛାଡୁ ନ ଥାନ୍ତି। ଶେଷରେ କୁକୁର ଦୁଇଟି ସାପଟିକୁ ଖିନ୍‌ଭିନ୍‌ କରି ମାରି ଦେଇଥିଲେ। ତେବେ ଦୁଇ କୁକୁରଙ୍କର କୌଣସି କ୍ଷତି ହୋଇ ନ ଥିଲା। ସେରା ଓ ସାରାଙ୍କ ଯୋଗୁ ପରିବାର ଲୋକଙ୍କ କୌଣସି କ୍ଷତି ହୋଇ ନ ଥିବା ମନୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri