ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ ଯାତ୍ରା କରିବାର ଥିଲା। ତେଣୁ ଏହା ଦେଖି ମାଲିକାଣୀ ରାଗି ଯାଇଥିଲେ। ତେବେ କିଛି ଦିନ ପରେ ବୁହାନ ସହରରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଖବର ମାଲିକାଣୀ ଜାଣିବାକୁ ପାଇଥିଲେ। ପରେ ମାଲିକାଣୀ ବିଶ୍ୱାସ କରିଥିଲେ ଯେ, ତାଙ୍କ ପୋଷା କୁକୁର କିମିକୁ ହୁଏତ ବିପଦର ପୂର୍ବାଭାସ ମିଳିଥିଲା ତେଣୁ ସେ ଏପରି କରି ମାଲିକାଣୀଙ୍କ ଜୀବନ ରକ୍ଷା କରିଥିଲା। ଏହା ଗୋଲଡେନ୍‌ ରିଟ୍ରିଭର ପ୍ରଜାତିର ଏକ ମାଈ କୁକୁର। ମାଲିକାଣୀ ତାଙ୍କ ଚିରା ପାସପୋର୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏବେ ସେ ପୁଣି ସୋସିଆଲ୍‌ ମିଡ଼ିଆରେ କୁକୁର ଫଟୋ ଶେୟାର କରି ଲେଖିଛନ୍ତି ଯେ, କିମି ଯୋଗୁ ମୋ ଜୀବନ ବଞ୍ଚିଯାଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି।

Share