ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ ଯାତ୍ରା କରିବାର ଥିଲା। ତେଣୁ ଏହା ଦେଖି ମାଲିକାଣୀ ରାଗି ଯାଇଥିଲେ। ତେବେ କିଛି ଦିନ ପରେ ବୁହାନ ସହରରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଖବର ମାଲିକାଣୀ ଜାଣିବାକୁ ପାଇଥିଲେ। ପରେ ମାଲିକାଣୀ ବିଶ୍ୱାସ କରିଥିଲେ ଯେ, ତାଙ୍କ ପୋଷା କୁକୁର କିମିକୁ ହୁଏତ ବିପଦର ପୂର୍ବାଭାସ ମିଳିଥିଲା ତେଣୁ ସେ ଏପରି କରି ମାଲିକାଣୀଙ୍କ ଜୀବନ ରକ୍ଷା କରିଥିଲା। ଏହା ଗୋଲଡେନ୍‌ ରିଟ୍ରିଭର ପ୍ରଜାତିର ଏକ ମାଈ କୁକୁର। ମାଲିକାଣୀ ତାଙ୍କ ଚିରା ପାସପୋର୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏବେ ସେ ପୁଣି ସୋସିଆଲ୍‌ ମିଡ଼ିଆରେ କୁକୁର ଫଟୋ ଶେୟାର କରି ଲେଖିଛନ୍ତି ଯେ, କିମି ଯୋଗୁ ମୋ ଜୀବନ ବଞ୍ଚିଯାଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଏବେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri