ପୋଷାକକୁ ନେଇ ଆକ୍ରୋଶର ଶିକାର ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କ ଅଭିନୟ ଓ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ। ବଡ ପରଦାରେ କେତେ ଗୁଡିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କର ନିକଟତର ହୋଇ ପାରିଛନ୍ତି। ହେଲେ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ନେଇ ସେ ଆକ୍ରୋଶର ଶିକାର ହୋଇଛନ୍ତି। ଉକ୍ତ ଫଟୋରେ ଅଜୟ ଏକ ସର୍ଟସ୍‌ ପିନ୍ଧି ଶିବଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ହେଲେ ଅଜୟ ଜଣେ ଶିବ ଭକ୍ତ ହୋଇଥିବା ବେଳେ ସେ ଏମିତି କାହିଁକି କଲେ ତାକୁ ନେଇ କେତେଜଣ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଆଉ କେତେଜଣ ପ୍ରଶଂସକ ଅଜୟଙ୍କ ଏହି କାମକୁ ନିନ୍ଦା କରିଛନ୍ତି। ତେବେ ବଲିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ସେଦିନ ଛୁଟିଦିନ ଥିବା ବେଳେ ଅଜୟ ରିଲାକ୍ସ କରୁଥିଲେ। ଏହା ବ୍ୟତୀତ ଯଦି ଜଣେ ପୂଜା କରୁଛନ୍ତି ତେବେ ଏହା ତାଙ୍କ ବ୍ୟକ୍ତିଗତ କାମ ବୋଲି ଦର୍ଶାଯାଇଛି। ତେଣୁ ତାକୁ ନେଇ ଏତେ ଆଲୋଚନା ଠିକ୍‌ ନୁହେଁ ବୋଲି ଉକ୍ତ ରିପୋର୍ଟ କହିଛି।

Share