ପୋଲ ପାର ହେବା ସମୟରେ ବାଇକ୍‌ ସହ ଭାସିଗଲେ ୨ ଯବାନ

କଲମ୍ବିଆ,୨୭।୭: କଲମ୍ବିଆରୁ ଏକ ବିଚଳିତ କରିଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ସୋକ ପାଙ୍ଗ ଜିଲାର ଥାମେର କେଭେ ଗଁାକୁ ୨ ଯବାନ ବାଇକ୍‌ରେ ନଦୀ ପାର ହୋଇ ଯାଉଥିଲେ। ଲଗାତାର ବର୍ଷା ଯୋଗୁ ପାଣିର ସୂଅ ଏତେ ପ୍ରଖର ଥିଲା ଯେ, ନଦୀ ଉପରେ ହୋଇଥିବା ମାଟି ପୋଲଟି ହଠାତ୍‌ ଧସି ଯାଇଥିଲା। ରାସ୍ତା ଅତିକ୍ରମ କରିବା ପାଇଁ ଆଉ କିଛି ମିଟର ବାଟ ଥିବା ବେଳେ ପୋଲ ଧସିଯିବାରୁ ୨ ଯବାନ ବାଇକ୍‌ ସହ ନଦୀକୁ ଖସିପଡ଼ିଥିଲେ। ନିଖୋଜ ହେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ। ତେବେ ପୋଲିସ ଏବେ ବି ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛି। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share