ପୋଲ ତଳେ ଫସିଲା ପ୍ଲେନ

ବେଜିଂ,୨୩।୧୦: ଚାଇନାର ହର୍ବିନ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଛନ୍ତି। ହର୍ବିନ୍‌ ସହରର ଏକ ପୋଲ ତଳେ ଟ୍ରକରେ ଯାଉଥିବା ବିମାନଟି ଫସି ଯାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଏକ ବିମାନକୁ ଏକ ଟ୍ରକରେ ଲଦି ଅନ୍ୟ ସ୍ଥାନକୁ ନିଆଯାଉଥିବା ସମୟରେ ଏହା ପୋଲ ତଳେ ଅଟକି ଯାଇଥିଲା। ଏହାପରେ ସମସ୍ତଙ୍କ ବୁଦ୍ଧି ବଣା ହୋଇଯାଇଥିଲା। କିପରି ଟ୍ରକକୁ ପୋଲ ତଳୁ ବାହାର କରାଯିବ ସେନେଇ ସମସ୍ତଙ୍କର ଭାଳେଣି ପଡ଼ିଯାଇଥିଲା। ତେବେ ଟ୍ରକ ଫସିଯିବାର କିଛି ସମୟ ପରେ ସେଠାରେ କାରିଗରମାନେ ପହଞ୍ଚିଥିଲେ। ଟ୍ରକ ଟାୟାରରୁ ପମ୍ପ ଖୋଲିଦେବା ପରେ ଏହାକୁ ପୋଲ ତଳୁ ଆରାମରେ ବାହାର କରାଯାଇଥିଲା। ପୁଣି ଟାୟାରରେ ପମ୍ପ ପୂରାଇ ଗନ୍ତବ୍ୟ ସ୍ଥଳକୁ ନିଆଯାଇଥିଲା। ଅନ୍ୟପଟେ ଏହି ସମସ୍ତ ଦୃଶ୍ୟକୁ ୨ଦିନ ପୂର୍ବରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଶେୟାର ହେବାର କିଛି ସମୟ ପରେ ଏହାକୁ ଲକ୍ଷାଧିକ ୟୁଜର୍ସ ଦେଖିସାରିଲେଣି।

Share