ପୋଲ ଉପରୁ ତେଲ୍‌ ନଦୀକୁ ଖସିିଲା କୋଇଲା ବୋଝେଇ ଟ୍ରକ୍‌

ବଲାଙ୍ଗୀର ଅଫିସ, ୭।୧୦: ବଲାଙ୍ଗୀର ଜିଲା ତୁଷୁରା ନିକଟରେ ରବିବାର ରାତିରେ ତେଲ୍‌ନଦୀ ପୋଲ ଉପରୁ ନଦୀ ଭିତରକୁ ଏକ ଟ୍ରକ୍‌ ତଳକୁ ଖସି ପଡିଛି। ଗୁଡ୍‌ଭେଲା ଆଡୁ ତୁଷୁରା ପଟକୁ ଆସୁଥିବା ଏକ କୋଇଲା ବୋଝେଇ ୧୦ ଚକିଆ ଟ୍ରକ ଭାରସାମ୍ୟ ହରାଇ ପୋଲ ଭାଙ୍ଗି ନଦୀ ଭିତରକୁ ଖସି ପଡିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରଙ୍କ ପତ୍ତା ମିଳିପାରି ନାହିଁ । ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।