Categories: ଫୁରସତ

ପୋଲ୍‌କା ଡଟ୍‌ ବେବି ଜେବ୍ରା

ଜେବ୍ରା, ଦେହସାରା ଧଳାରଙ୍ଗର ଷ୍ଟ୍ରାଇପ୍‌ ଥିବା ସୁନ୍ଦର ପ୍ରାଣୀ। ହେଲେ ନିକଟରେ କେନିଆର ମାସାଇ ମାରା ନ୍ୟାଶନାଲ ରିଜର୍ଭରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଜେବ୍ରା ଛୁଆ। ଯାହାର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଉକ୍ତ ଜେବ୍ରା ଛୁଆର ଶରୀରରେ ଧଳାରଙ୍ଗର ପଟି ଭଳି ଦାଗ ନ ଥାଇ ଅଛି ହରିଣଙ୍କ ପରି ପୋଲ୍‌କା ଡଟ୍‌ ଦାଗ। ପାମେଲା ଲେମିନ୍‌ ଯେ କି ଜଣେ ଓ୍ବାଇଲ୍ଡ ଲାଇଫ୍‌ ସ୍ପେଶାଲିଷ୍ଟ କହନ୍ତି, ବୋଧହୁଏ ଜେବ୍ରା ଛୁଆଟି ମେଲାନିଜମ୍‌, ଯାହାକି ଅଲ୍‌ବିନିଜମ୍‌ର ବିପରୀତ ରୋଗରେ ଆକ୍ରାନ୍ତ। ତାଙ୍କ କହିବାନୁସାରେ ଏଭଳି ଜେବ୍ରା ୬ ମାସରୁ ଅଧିକ ସମୟ ବଞ୍ଚି ନ ଥାଆନ୍ତି। ସେ ଯାହା ବି ହେଉ ଏହି ଜେବ୍ରା ଛୁଆଟି ଅନେକଙ୍କ ହୃଦୟ ଜିଣିସାରିଛି।

Share