Categories: ଜାତୀୟ

ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍‌: ସୋମବାର ହାଇକୋର୍ଟରେ ହେବେ ହାଜର

ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍‌ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩ ଜଣିଆ ପୋଲିସ ଦଳ ପହଞ୍ଚିଛନ୍ତି। ଦଳରେ ଜଣେ ସବ୍‌-ଇନସ୍ପେକ୍ଟର, ଜଣେ କନଷ୍ଟେବଳ ଏବଂ ଜଣେ ମହିଳା କନଷ୍ଟେବଳ ରହିଛନ୍ତି। ନବଦମ୍ପତିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରୟାଗରାଜ ଅଣାଯାଉଛି। ସାକ୍ଷୀ ଦଳିତ ଯୁବକ ଅଜିନେଶ୍‌ଙ୍କୁ ବିବାହ କରିଛନ୍ତି। ତାଙ୍କ ପିତା ତଥା ଅନ୍ୟ କିଛି ଲୋକ ସେମାନଙ୍କୁ ଜୀବନରେ ମାରି ଦେବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ସାକ୍ଷୀ ଆହ୍ଲାବାଦ୍‌ ହାଇକୋର୍ଟରେ ଏକ ଆବେଦନ ଶୁକ୍ରବାର ଦାଖଲ କରିଥିଲେ। ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସେ ଏଥିରେ ଦର୍ଶାଇଥିଲେ। ଏହାର ବିଚାର ଜୁଲାଇ ୧୫ରେ ହେବ ବୋଲି ହାଇକୋର୍ଟ ସୂଚନା ଦେଇଥିଲେ।

Share