ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କ ପଗଡ଼ି ଖୋଲି ଆକ୍ରମଣ:ପିସିଆର ଭ୍ୟାନ୍‌ ଇନ୍‌ଚାର୍ଜ ନିଲମ୍ବିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ)/ କଟକରୋଡ(ଡି.ଏନ୍‌.ଏ.):ଗାଡ଼ି ପାର୍କିଂକୁ ନେଇ ଭଗବାନ ଟାଓ୍ବାର ଟ୍ରେଜରର ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ହୋଇଛି। ଖବର ପାଇ ସେଠାରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚତ୍ଥିଲା। ହେଲେ ପୋଲିସ ଉପସ୍ଥିତିରେ ବି ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନ ଥିଲେ। ପରବିନ୍ଦରଙ୍କ ପଗଡ଼ି ଖୋଲି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ଲକ୍ଷ୍ମୀସାଗର ଥାନାଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ପୋଲିସ ଦୁଇ ପକ୍ଷର ଅଭିଯୋଗ ଆଧାରରେ ଦୁଇ ପୃଥକ ମାମଲା ରୁଜୁ କରିଛି। ତଦନ୍ତ ପରେ ଦୁଇଜଣ ଆକ୍ରମଣକାରୀ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ଗିରଫ କରିଥିବାବେଳେ ୬ଜଣ ଫେରାର ଥିବା ପୋଲିସ କହିଛି। ଅନ୍ୟପକ୍ଷରେ ପୋଲିସ ସମ୍ମୁଖରେ ଆକ୍ରମଣ ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଉକ୍ତ ପିସିଆର୍‌ ଭ୍ୟାନ୍‌ର ଇନ୍‌ଚାର୍ଜଙ୍କୁ ନିଲମ୍ବିତ କରିଛନ୍ତି।
ପୋଲିସ ସୂଚନାନୁଯାୟୀ, ପରବିନ୍ଦର ଭଗବାନ ଟାଓ୍ବାର ଆପାର୍ଟମେଣ୍ଟରେ ରହିବା ସହ ଉକ୍ତ ଆପାର୍ଟମେଣ୍ଟ ଆସୋସିଏଶନର ଟ୍ରେଜରର ଅଛନ୍ତି। ଆପାର୍ଟମେଣ୍ଟ ଆଗରେ ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟ ୬ଜଣ ଯୁବକ କାର୍‌ ପାର୍କିଂ କରି ଖଟି କରୁଥିଲେ। ପରବିନ୍ଦର ତାଙ୍କ ଝିଅକୁ ସ୍କୁଲରୁ ଆଣି କାରରେ ଘରକୁ ଫେରିଥିଲେ। ହେଲେ ଦୀପକଙ୍କ କାର୍‌ ବାଟରେ ଥିବାରୁ ପରବିନ୍ଦର ଆପାର୍ଟମେଣ୍ଟ ଭିତରକୁ ପଶିପାରି ନ ଥିଲେ। ଦୀପକଙ୍କୁ କାର୍‌ ହଟାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଦୀପକ ଓ ସହଯୋଗୀମାନେ ଉତ୍ତ୍ୟକ୍ତ ହୋଇ ପରବିନ୍ଦରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରବିନ୍ଦର ଲହୁଲୁହାଣ ହୋଇ ଆପାର୍ଟମେଣ୍ଟ ଭିତରେ ଲୁଚି ରହି ଥାନାକୁ ଫୋନ୍‌ କରିଥିଲେ। ଏହାପରେ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପରବିନ୍ଦରଙ୍କୁ ଆପାର୍ଟମେଣ୍ଟରୁ ବାହାରକୁ ଡାକି ଆଣିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟମାନେ ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ଏନେଇ ଜୋନ୍‌ ଏସିପି ରବି ଶତପଥୀ କହିଛନ୍ତି, ସିସିଟିଭି ଯାଞ୍ଚ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri