Categories: ଖେଳ

ପୋଲିସ ସବଇନ୍ସପେକ୍ଟରଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ ଖେଳାଳି

ଭାରତୀୟ ଟିମର ପେସ୍‌ ବୋଲର୍‌ ପରୱିନ୍ଦର ଆୱାନା ଜଣେ ପୋଲିସଙ୍କୁ ବିବାହ କରିଛନ୍ତି। ପରୱିନ୍ଦରଙ୍କ ସ୍ତ୍ରୀ ସଙ୍ଗୀତା କସାନା ଦିଲ୍ଲୀ ପୋଲିସରେ ସବଇନ୍ସପେକ୍ଟର ଅଛନ୍ତି। ପରୱିନ୍ଦର ଏବଂ ସଙ୍ଗୀତାଙ୍କ ଦୀର୍ଘଦିନ ଧରି ପ୍ରେମ ଚାଲିଥିଲା। ଗତବର୍ଷ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କ ରିସେପସନ ଗ୍ରେଟର ନୋଏଡାରେ ହୋଇଥିଲା। ୨୦୦୭ ମସିହାରେ ଦିଲ୍ଲୀ ଟିମ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ। ୨୦୧୨ ମସିହାରେ ପରୱିନ୍ଦର ଭାରତ ପାଇଁ ଖେଳି ଆନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୧୨, ୨୦୧୩, ଓ ୨୦୧୪ ମସିହାର ଆଇପିଏଲରେ ମଧ୍ୟ ଖେଳିଥିଲେ ପରୱିନ୍ଦର। ସେ ଆଇପିଏଲରେ ୩୩ଟି ମ୍ୟାଚ ଖେଳିଛନ୍ତି। ୨୦୧୪ ମସିହାରେ ପରୱିନ୍ଦର ଶେଷଥର ପାଇଁ ଆଇପିଏଲ ଖେଳିଥିଲେ। ୨୦୧୮ ମସିହା ଜୁଲାଇ ମାସରେ କ୍ରିକେଟରୁ ଅବସର ନେଇଥିଲେ।

Share