ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ। ସେହିଭଳି ଜାତୀୟ ସମ୍ପତ୍ତି ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଆପରାଧିକ ଅନୁସନ୍ଧାନ, ସମସ୍ତ ପ୍ରକାର ନିର୍ବାଚନ ପରିଚାଳନା ମଧ୍ୟ ପୋଲିସ ପ୍ରଶାସନ ଦ୍ୱାରା କରାଯାଇଥାଏ। ଜନସଂଖ୍ୟା ଏବଂ କ୍ଷେତ୍ରଫଳକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନକୁ ନିୟୋଜିତ କରାଯାଇଥାଏ। ହେଲେ ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବା ପୋଲିସ ପ୍ରଶାସନରେ ସଂଖ୍ୟାଧିକ ପଦବୀ ଖାଲିପଡିଛି। ଓଡ଼ିଶା ବିଧାନସଭାରେ ଗୃହ ବିଭାଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଦାନ କରାଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।
ରାଜ୍ୟ ପୋଲିସ ପ୍ରଶାସନରେ ୧୦,୦୫୪ ପଦବୀ ଖାଲିପଡିଛି। ପୋଲିସ ବିଭାଗର ବର୍ଗ ‘କ’, ‘ଖ’, ‘ଗ’ ଏବଂ ‘ଘ’ରେ ଏହି ଖାଲି ପଦବୀ ରହିଛି। ‘କ’ ବର୍ଗରେ ୧୧୪୦ ଅନୁମୋଦିତ ପଦବୀରୁ ୫୦୧ ପଦବୀ ଖାଲି, ‘ଖ’ରେ ୬୫୯୪ରୁ ୧୮୨୩, ‘ଗ’ରେ ୬୪୮୭ ଏବଂ ‘ଘ’ ବର୍ଗରେ ୧୨୪୩ଟି ପଦବୀ ଖାଲିପଡିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଣତାରକା ପ୍ରଶ୍ନ ନଂ. ୯୬୦ର ଉତ୍ତର ଦେଇ ଗୃହ(ରାଷ୍ଟ୍ର) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି। ପୋଲିସ ବିଭାଗରେ ମଞ୍ଜୁରୀ ପ୍ରାପ୍ତ ପଦବୀ(୭୨,୧୧୯)ର ୧୪ ପ୍ରତିଶତ ପଦବୀ ଖାଲିପଡିଛି। ଗତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ବିଭାଗୀୟ ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଥିବା ଜଣାପଡିଛି। ସେହିପରି ବର୍ଗୱାରି ଖାଲିଥିବା ଏହି ପଦବୀ କେବେ ପୂରଣ ହେବ ବୋଲି ମଧ୍ୟ ନରସିଂହଙ୍କ ଦ୍ୱାରା ପଚରାଯାଇଛି। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇନାହିଁ। ଖାଲିଥିବା ପଦବୀ ପୂରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ(ପଦୋନ୍ନତି ଏବଂ ନିଯୁକ୍ତି) କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରଶାସନରେ କେବଳ ତୃଣମୂଳସ୍ତରରେ ପଦବୀ ଖାଲିନାହିଁ। ରାଜ୍ୟ ପୋଲିସ ପ୍ରଶାସନର ଶୀର୍ଷସ୍ତରୀୟ ଅଧିକାରୀ(ଆଇପିଏସ୍‌) ପଦବୀ ମଧ୍ୟ ଖାଲିପଡିଛି। କଂଗ୍ରେସ ବିଧାୟକ ଦଳ ସଚେତକ ତାରାପ୍ରସାଦ ବାହିନୀପତି ଏ ସଂକ୍ରାନ୍ତରେ ପଚାରିଥିବା ଏ ପ୍ରଶ୍ନରେ ଦିଆଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ମୋଟ ମଞ୍ଜୁରୀ ପ୍ରାପ୍ତ ୧୯୫ ପଦବୀ ମଧ୍ୟରୁ ୭୮ଟି ପଦବୀ ଖାଲିପଡିଛି। ଗତ ଡିସେମ୍ବର ୧୯ରେ ରାଜ୍ୟ ଆଇପିଏସ୍‌ କ୍ୟାଡରରେ ଅଫିସର ସଂଖ୍ୟା ୧୮୮ରୁ ୧୯୫କୁ ବୃଦ୍ଧି ପାଇଥିବା ଜଣାପଡିଛି। ସେହିପରି ୨୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି, ତନ୍ମଧ୍ୟରୁ ୩ ଅଧିକାରୀ ଦୀର୍ଘ ୧୨ ବର୍ଷ କାଳ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri