ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ରାତିଦିନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି। ଏଭଳି ପରିସ୍ଥିତିରେ ମୟୂରଭଞ୍ଜ ଜିଲାର ୩ଜଣ ଯୁବକ ଏକ କାର୍‌(ନଂ. ଓଡ଼ି୦୧ସି-୭୫୨୩)ରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳକୁ ଆସି ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ମାର୍‌ପିଟ୍‌ କରିଥିବା ନଜରକୁ ଆସିଛି। ସେମାନେ ଖାଦ୍ୟସାମଗ୍ରୀ ଦେବା ଆଳରେ ମାଡ଼ ମାରି ଚମ୍ପଟ ହେବା ବେଳେ ଲୋକଙ୍କ ହାତରେ ଧରାପଡ଼ି ଉତ୍ତମମଧ୍ୟମ ଖାଇଛନ୍ତି। ଏହାପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଏକ ମାମଲା (ନଂ. ୩୬/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର୍‌କୁ ଜବତ କରିଛି। ଗିରଫ ଯୁବକମାନେ ହେଲେ ବୈଶିଙ୍ଗା ଥାନା ଅଁଳା ଗ୍ରାମର ଫାର୍ମାସିଷ୍ଟ ସପନ ସାନ୍ତରା, ରଙ୍ଗଡ଼ା ଗ୍ରାମର ଗଣେଶ୍ୱର ବାରିକ ଓ ସଞ୍ଜୟ ମାହାନ୍ନା।
ଅଭିଯୁକ୍ତମାନେ କାର୍‌ ସମ୍ମୁଖରେ ‘ପାଗଳ ମାନଙ୍କ ପାଇଁ ଭାତଡାଲମା’ ପୋଷ୍ଟର ମାରି ମଙ୍ଗଳବାର ରୂପ୍‌ସା ଥାନା ବାରାପାଳ ରେଳଫାଟକ ଦେଇ ୬୦ନଂ. ଜାତୀୟ ରାଜପଥ ଅଭିମୁଖେ ଯାଉଥିଲେ। ସେମାନେ ଫାଟକ ନିକଟରେ ଓହ୍ଲାଇ ପୋଲିସ ପରିଚୟ ଦେଇ ଲକ୍‌ଡାଉନ ବେଳେ ବାହାରେ କାହିଁକି ବୁଲୁଛ କହି ୨ଜଣ ଯୁବକଙ୍କୁ ମାଡ଼ ମାରି ପଳାଇଥିଲେ। କିଛି ସମୟ ପରେ କାର୍‌ ସେହି ରାସ୍ତା ଦେଇ ଫେରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସ୍‌ଙ୍କୁ ଖବର ଦେଇଥିଲେ। ଆଇଆଇସି ବିଶ୍ୱଜ କୁମାର ରାଉତରାୟ, ଏଏସ୍‌ଆଇ ନରହରି ମହାଳିକ ସଦଳବଳେ ପହଞ୍ଚତ୍ ସେମାନଙ୍କୁ ପୋଲିସ ହେପାଜତକୁ ନେଇଥିଲେ। କାର୍‌ ଭିତରୁ ମୁଢ଼ି ବସ୍ତା, ଆଳୁ, ବାଇଗଣ ଆଦି ରହିଥିଲା। ଏ ସଂକ୍ରାନ୍ତରେ ତଦନ୍ତ କରାଯାଇ ଭାରତୀୟ ଦଣ୍ଡବିଧି ଆଇନ୍‌ର ୨୯୪, ୩୪୧, ୨୨୩, ୧୮୮, ୨୬୯, ୨୭୦, ୪୧୭, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ ହୋଇ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛିି।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?