ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, ୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ମହୁଲପାଲି ଗାଁରେ ସ୍ଥାନୀୟ ପୋଲିସ୍‌ ତରଫରୁ କରୋନା ସଚେତନତା ସହ ଜନସମ୍ପର୍କ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି, ପାଟଣାଗଡ ଏସ୍‌ଡିପିଓ ସୁରେଶ କୁମାର ନାଏକ, ଲାଠୋର ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି, ନାନ୍ଦୁପଲା ଫାଣ୍ଡି ଅଧିକାରୀ ସେବନ କେର୍କେଟା ପ୍ରମୁଖ ଗାଁରେ ସାମାଜିକ ଦୂରତା ରଖି ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଲୋକେ କରୋନା ସଂକ୍ରମଣରୁ କିଭଳି ଦୂରେଇ ରହିବେ ସେ ନେଇ ବୁଝାଇଥିଲେ। ସେହିପରି ମାକ୍ସ ବ୍ୟବହାର, ସାବୁନରେ ବାରମ୍ବାର ହାତ ଧୋଇବା ସହ ଏକ ମିଟର ଦୂରରେ ରହି କଥାବାର୍ତ୍ତା ଉପରେ ବୁଝାଇଥିଲେ। ଏଥିସହିତ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।