Posted inରାଜ୍ୟ

ପୋଲିସ ତଦନ୍ତରେ ଶିଥିଳତା ବିରୋଧରେ ରାସ୍ତାରୋକୋ

କେନ୍ଦ୍ରାପଡା ଅଫିସ,୪ା୭: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନୟନବିହାରସ୍ଥିତ ଘରୋଇ ଆବାସିକ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା ବୁଧବାର ଆନ୍ଦୋଳନର ରୂପ ନେଇଛି । ଏହାର ତଦନ୍ତରେ ଶିଥିଳତା ଅଭିଯୋଗ କରି ମୃତାକଙ୍କ ପରିବାର ପକ୍ଷରୁ ବୁଧବାର କଟକ- ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫ ନଂ (କ) ଜାତୀୟ ରାଜପଥକୁ ପୂର୍ବାହ୍ନ ୧୧ଟାରୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ଖବର ପାଇ ଏସପି ନୀତିଶେଖର ଓ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ପାରାଦୀପ ଲକ୍‌ ଥାନା ଅଞ୍ଚଳର ଜଣେ ଝିଅ ନୟନବିହାରସ୍ଥିତ ଏହି ଘରୋଇ ଆବାସିକ ମହାବିଦ୍ୟାଳୟରେ ଯୁକ୍ତ ୨ରେ ନାମ ଲେଖାଇ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଆବାସିକ ମହାବିଦ୍ୟାଳୟର ୨ ଜଣ ଛାତ୍ରୀ ତାଙ୍କୁନେଇ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜାଣିବାପରେ ମୃତକାଙ୍କୁ ଛାଡ଼ି ଉଭୟ ଛାତ୍ରୀ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ମୃତକାଙ୍କ ବାପା କେନ୍ଦ୍ରାପଡା ସଦର ଥାନା ଆସି ଅଭିଯୋଗ କରିଛନ୍ତି ।
ପାରିପାର୍ଶ୍ୱିକ ସ୍ଥିତି ଯୋଗୁ ଏହା ଏକ ହତ୍ୟାକାଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଝିଅ ରହୁଥିବା ରୁମ୍‌ ମଧ୍ୟରେ ଖଟ ଓ ଫ୍ୟାନ୍‌ର ଦୂରତା ମାତ୍ର ୫ ଫୁଟ । ମାତ୍ର ତାଙ୍କ ଝିଅ ସାଢ଼େ ପାଞ୍ଚ ଫୁଟ ଲମ୍ବ ହେବ। ଏତେ ଲମ୍ବା ଝିଅ ଏକ ଲୁଗା ଶୁଖା ସରୁ ଦଉଡିରେ ଆତ୍ମହତ୍ୟା କରିଥିବା ଆଦୌ ସମ୍ଭବ ନୁହେଁ । ସେହିପରି ଏହି ରୁମ୍‌ର ବିଭିନ୍ନ ସ୍ଥାନରେ ରକ୍ତ ଲାଗିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ମାତ୍ର ତଦନ୍ତକାରୀ ପୋଲିସ ଏହି ଘଟଣାକୁ ହାଲ୍‌କା ଭାବେ ନେଇ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଥାନାରେ (ନଂ-୨୦/୧୯) ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥିସହ ଫରେନସିକ ବିଭାଗ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ା ତଦନ୍ତ ସମୟରେ ମୃତାକଙ୍କ ଏକ ହାତଲେଖା ଡାଏରି ମିଳିଛି। ଅପରପକ୍ଷେ ଛାତ୍ରୀ ନିବାସରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ଆଲୋଚନା ହେଉଛି। ମୃତା ଛାତ୍ରୀ ଏ ସମ୍ପର୍କରେ ଜାଣିଯିବାରୁ ତାଙ୍କୁୁ ମାରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାପରଠାରୁ ଆବାସିକ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ସମସ୍ତ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇ ଦେଇଛନ୍ତି ।
ପୋଲିସର ଏପରି ମନୋଭାବକୁ ବିରୋଧ କରି ମୃତାକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ୨ଟି ରାଜପଥକୁ ବନ୍ଦ କରି ଆନ୍ଦୋଳନ କରାଯାଇଥିଲା। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆନ୍ଦୋଳନକାରୀ ସୁଦର୍ଶନ ସ୍ବାଇଁ କହିଛନ୍ତିଯେ, ପୂର୍ବରୁ ଏହି ମହାବିଦ୍ୟାଳୟରେ ରାଜନଗର ଅଞ୍ଚଳର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଏଠାକାର କର୍ତ୍ତୃପକ୍ଷଙ୍କ ବଡଭାଇ ଜଣେ ରାଜ୍ୟସ୍ତରୀୟ ନେତା ହୋଇଥିବାରୁ ପୋଲିସ ତଦନ୍ତରେ ଶିଥିଳତା ପ୍ରକାଶ କରୁଛି ।
ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କୁହନ୍ତି ଯେ, ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ମହାବିଦ୍ୟାଳୟରେ କୌଣସି ଛାତ୍ରୀଛାତ୍ର ଓ କର୍ମଚାରୀ ନ ଥିବାରୁ ତଦନ୍ତରେ ବିଳମ୍ବ ହେଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷରେ ସମ୍ପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri