Posted inଜାତୀୟ

ପୋଲିସ ଡିଜି ଦୌଡ଼ରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀ, ଶର୍ଟଲିଷ୍ଟ ଦାଖଲ: ଜାଣନ୍ତୁ କିଏ କିଏ ଅଛନ୍ତି…

ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀ ଯାଇ ଶୁକ୍ରବାର ନିର୍ଦ୍ଧାରିତ ଫର୍ମାଟ୍‌ରେ ୟୁପିଏସ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ଶର୍ଟଲିଷ୍ଟ ହୋଇଥିବା ୧୧ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବିବରଣୀ ଦାଖଲ କରିଛନ୍ତିି। ସେମାନେ ହେଲେ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ। ୧୯୯୩ ବ୍ୟାଚ୍‌ର ଜେଲ୍‌ ଡିଜି ସୁଶାନ୍ତ ନାଥ ଓ ଗୋଇନ୍ଦା ଡିଜି ଆର୍‌.ପି. କୋଚେଙ୍କ ସମେତ ୧୯୯୪ ବ୍ୟାଚ୍‌ର ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠ୍‌ୱା। ୧୯୯୫ ବ୍ୟାଚ୍‌ର ରୀତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍‌ ରଣପିସେ ଓ ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ଓ ସୁନୀତା କାକରନ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଆଇପିଏସ୍‌ ଅଧିକାରୀ ରୀତୁ, ରଣପିସେ ଓ ସୁନୀତା ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ବରିଷ୍ଠତ୍ତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍‌.ପି. କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି ନିମନ୍ତେ ଅଧିକ ଚର୍ଚ୍ଚାରେ ରହିଛି। ତେବେ ଅଫିସର ଭାବେ ସୁଧାଂଶୁ ଷଡ଼ଙ୍ଗୀ, ସଞ୍ଜୀବ ପଣ୍ଡା ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଥିବା ଚର୍ଚ୍ଚା ହେଉଛି। ସେହିପରି ତାଲିକାରେ ୩ ଜଣ ମହିଳା ଆଇପିଏସ୍‌ ଅଧିକାରୀ ସନ୍ତୋଷ ବାଲା, ରୀତୁ ଅରୋରା ଓ ସୁନୀତା କାକରନ ରହିଛନ୍ତି। ରାଜ୍ୟ ସରକାର ଯଦି ‘ମହିଳା କାର୍ଡ’ ଖେଳନ୍ତି ତା’ହେଲେ ଏମାନଙ୍କ ମଧ୍ୟରୁ କାହାକୁ ବି ଡିଜିପି ମୁକୁଟ ପିନ୍ଧାଇପାରନ୍ତି। ରୀତୁ ଓ ସୁନୀତା ଏବେ କେନ୍ଦ୍ରୀୟ ଡେପୁଟେଶନରେ ଥିବାରୁ ସନ୍ତୋଷ ବାଲା ହିଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠ୍‌ୱା ମଧ୍ୟ ଦାବିଦାର ରହିଛନ୍ତି। ସେ ବହୁ ବଡ଼ ବଡ଼ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସରଙ୍କୁ ବାନ୍ଧି ରର୍ଚ୍ଚାରେ ଅଛନ୍ତି। ତେଣୁ ତାଙ୍କ ଟ୍ରାକ୍‌ ରେକର୍ଡ ଭଲ ଥିବାରୁ ସରକାର ତାଙ୍କୁ ଡିଜିପି କରିପାରନ୍ତି ବୋଲି ଅଧିକାରୀସ୍ତରରେ ଆଲୋଚନା ହେଉଛି।
ଡିଜିଙ୍କ କାର୍ଯ୍ୟକାଳ ଶେଷହେବାର ଅତିକମ୍‌ରେ ଅଢ଼େଇ ମାସ ପୂର୍ବରୁ ନୂଆ ଡିଜିପି ଚୟନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ରାଜ୍ୟଗୁଡ଼ିକୁ ଗତ ଜାନୁଆରୀରେ ୟୁପିଏସ୍‌ସି କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟର ନୂଆ ପୋଲିସ ଡିଜି ପଦବୀ ନିମନ୍ତେ ତାଲିକାଭୁକ୍ତ ଆଇପିଏସ୍‌ଙ୍କ ବିବରଣୀ ପଠାଇବା ପାଇଁ ୟୁପିଏସ୍‌ସି କର୍ତ୍ତୃପକ୍ଷ ନିକଟରେ ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ। ଏହାପରେ ଡିଜିପି ପଦବୀ ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଆଇପିଏସ୍‌ ସେବାରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ୧୧ଜଣ ବରିଷ୍ଠ ଆଇପିଏସ୍‌ ଅଫିସର(୧୯୯୦ରୁ ୧୯୯୬ ବ୍ୟାଚ୍‌ ପର୍ଯ୍ୟନ୍ତ)ଙ୍କ ସିସିଆର୍‌ଠୁ ଆରମ୍ଭକରି ସମସ୍ତ ତଥ୍ୟକୁ ଗୃହ ବିଭାଗ ଦୁଇଦିନ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଥିଲା, ଯାହାକୁ ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଆଜି ଦିଲ୍ଲୀ ଯାଇ ଦାଖଲ କରିଛନ୍ତି। ରାଜ୍ୟ ସରକାର ନିର୍ଦ୍ଧାରିତ ଅବଧି ମଧ୍ୟରେ ତାଲିକା ଦାଖଲ କରିଥିବାରୁ ଅଗଷ୍ଟ ପୂର୍ବରୁ ରାଜ୍ୟକୁ ନୂଆ ପୋଲିସ ଡିଜି ମିଳିଯିବ ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri