Categories: ଜାତୀୟ

ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ: ଜବାବ ତଲବ କଲେ ଏସ୍‌ଏସ୍‌ପି

ଲକ୍ଷ୍ନୌ,୧୭।୯: ବର୍ତ୍ତମାନ ଦେଶରେ ସୋସିଆଲ ମିଡିଆରେ ଟିକ୍‌ଟକ୍‌ର ଟ୍ରେଣ୍ଡ ଚାଲିଛି। ଏନେଇ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଟିକ୍‌ଟକ୍‌ ମାନିଆ ଦେଖାଦେଇଛି। ଯେଉଁଠି ଦେଖିବେ ଯାହାକୁ ଦେଖିବେ ନିଜର ଅଜବ ଅଜବ ଭିଡିଓ ତିଆରି କରିବାରେ ସମସ୍ତେ ମସ୍‌ଗୁଲ। ଏହି ପରିପ୍ରେକ୍ଷୀରେ ଜଣେ ପୋଲିସ କର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ଥାନା ଅଞ୍ଚଳରୁ ଆସିଛି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସାଉଥ ସିଟି ପୋଲିସ ଥାନାର ଇନ୍‌ଚାର୍ଜ ମହମ୍ମଦ ଆରିଫଙ୍କ ୨ଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ୨ଟି ଭିଡିଓରେ ସେ ଥାନାରେ ବସିଥିବା ବେଳେ ପୋଲିସ ପୋଷାକ ପିନ୍ଧି ଡାଇଲଗ୍‌ କହୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନୌଥାନି ଭିଡିଓର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାରେ ଥାନାର ଇନ୍‌ଚାର୍ଜଙ୍କୁ ଜବାବ ତଲବ କରିଛନ୍ତି ଏସ୍‌ଏସ୍‌ପି। ପର୍ବୂରୁ ମଧ୍ୟ ଉତ୍ତରପ୍ରଦେଶର ପୋଲିସକର୍ମୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇସାରିଛି।

Share