ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା ପରେ ତାଙ୍କୁ ଏଠାରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି କନୱର ବିଶାଳ ସିଂ ସ୍ବାଗତ କରିଥିଲେ । ରିଜର୍ଭ ପଡିଆରେ ପୋଲିସ କର୍ମଚାରୀମାନଙ୍କ ସହ ଡିଜି ଆଲୋଚନା କରିଥିଲେ । ୮ମାସର ଗର୍ଭବତୀ ଥାଇ ମଧ୍ୟ କରୋନା ମୁକାବିଲାରେ କାର୍ଯ୍ୟ କରୁଥିବା ଟାଉନ ଥାନା ଏଏସ୍‌ଆଇ ତ୍ରିଶା ଖେସ, ଗୋଡ ଭାଙ୍ଗି ଆହତ ହୋଇ ବି କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ମନୋରମା ଶତପଥୀ ଓ ହୋମଗାର୍ଡ ମେରିୟମ ରେଡ୍ଡିଙ୍କୁ ଡିଜି ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଓ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଅଫିସ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜିଲାପାଳ ଶୁଭମ୍‌ ସକସେନା, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଲାଲ, ଏସପି ସିଂ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଜିଲାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ବାହାରୁ ତଥା ଅନ୍ୟ ଜିଲାର ବିନା ପଞ୍ଜିକରଣରେ ଅନେକ ଲୋକ ଆସିବାର ସମ୍ଭାବନା ରହୁଛି । ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଥିଲେ । କରୋନା ମୁକାବିଲା ପାଇଁ କିଭଳି ଭାବେ ପଦକ୍ଷେପ ନିଆଯାଉଛି ସେ ନେଇ ସମୀକ୍ଷା କରିଥିଲେ । ଏହାପରେ ସେ ଲକ୍ଷ୍ମୀଟକିଜ ଛକରେ ପହଞ୍ଚତ୍ଥିଲେ । ସେଠାରେ ଟ୍ରାଫିକ ଡିଏସ୍‌ପି ହିମାଂଶୁ ବେହେରା, ଏଏସଆଇ ରତିକାନ୍ତ ବିଶ୍ୱାଳ, କନଷ୍ଟେବଲ ମାଧୁରୀ ଛୁରିଆ, ଶିବଶଙ୍କର ବେହେରାଙ୍କ ସହ ଆଲୋଚନା କରିଥିଲେ । ପରିବାରରେ ସମସ୍ତେ କେମିତି ଅଛନ୍ତି, ନିଜର ସ୍ବାସ୍ଥ୍ୟ କିଭଳି ରହିଛି, କେତେ ଦିନ ହେଲା କରୋନା ମୁକାବିଲାରେ କାର୍ଯ୍ୟରତ, ଛୁଟି ଠିକ ସମୟରେ ମିଳୁଛି କି ନାହିଁ, ଖାଦ୍ୟ ପାନୀୟ ବ୍ୟବସ୍ଥା ଠିକ ସମୟରେ ଦିଆଯାଉଛି କି ନାହିଁ ବୋଲି କର୍ମଚାରୀମାନଙ୍କୁ ପଚାରି ବୁଝିଥିଲେ। ପରେ କ୍ଷେତରାଜପୁର ଥାନା, ଧନୁପାଲି ଥାନା ଓ ଟାଉନ ଥାନା ପରିଦର୍ଶନ କରିଥିଲେ । ସେଠାରେ ୫-ଟି କାର୍ଯ୍ୟକାରତା ଉପରେ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri