ପୋଲିସ ଏନ୍‌କାଉଣ୍ଟର ପ୍ରସଙ୍ଗ: ଟିକି, ବିଶ୍ୱରଞ୍ଜନଙ୍କ ପରେ କାହା ପାଳି

ପୁରୀ ଅଫିସ, ୨୯।୯: ଗତ ୯ତାରିଖରେ ପୋଲିସର ପୃଥକ ଏନ୍‌କାଉଣ୍ଟରରେ ଆହତ ହୋଇ ଦୁଇ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଟିକି ଓରଫ ସୟାମତ ଖାଁ ଓ ବିଶ୍ୱରଞ୍ଜନ ସାହୁ ଏବେ ପୁରୀ ଜେଲରେ ଅଛନ୍ତି। ଏବେ ପୁଣି ପୋଲିସ ଆଉ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବାକୁ ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି। ତେଣୁ ଏହି ଦୁଇ ଅପରାଧୀଙ୍କ ପରେ କାହା ପାଳି ପଡ଼ିବ ତାହା ସାଧାରଣରେ ପ୍ରଶ୍ନ ହୋଇଛି।

ସୂଚନା ଅନୁଯାୟୀ, ୨୦୦୪ରେ ଅପରାଧ ଦୁନିଆରେ ପାଦ ଥାପିଥିଲେ ଟିକି। ସେ ନିଜର ଗ୍ୟାଙ୍ଗ ଗଢି ଆପରାଧିକ କାର୍ଯ୍ୟକଳାପ ଜାରି ରଖିତ୍ଥିଲେ। ତାଙ୍କ ନାମରେ ପୁରୀ ସମେତ ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ୨୩ଟି ମାମଲା ରହିଥିବାବେଳେ ସେ ବାଲି ଓ ବନ୍ଧୁକ ଚୋରା ଚାଲାଣରେ ଲିପ୍ତ ଥିଲେ ବୋଲି ଜଣାପଡ଼ିିଛି। ସିପସରୁବାଲି, ବଳିଆପଣ୍ଡା ଅଞ୍ଚଳରୁ ଦୈନିକ ଟନ୍‌ ଟନ୍‌ ବାଲି ଚାଲାଣ କରି ଟିକି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ପୋଲିସକୁ ମୋଟା ଅଙ୍କର ବଟି ଦେଇ ସେ ନିଜ ଅପରାଧ ସାମ୍ରାଜ୍ୟର କାୟା ବିସ୍ତାର କରିଥିଲେ। ପୋଲିସ ଛତ୍ରଛାୟା ତଳେ ସୁରକ୍ଷିତ ରହି ନିଜ ଅପରାଧ ସାମ୍ରାଜ୍ୟ ଗଢିଥିବା ଟିକିଙ୍କ ଏନକାଉଣ୍ଟରକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିବା ଟିକିଙ୍କୁ ଧରିବା ଲାଗି ଦୀର୍ଘଦିନ ଧରି ଜାଲ ବିଛାଯାଇଥିଲା ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ସେହିପରି ୨୦୧୯ରେ ଅପରାଧ ଦୁନିଆରେ ପାଦ ଦେଇଥିଲେ ବିଶ୍ୱରଞ୍ଜନ। ତାଙ୍କ ନାମରେ ସଦର, ଟାଉନ, ତାଳବଣିଆ ଓ ବାସେଳିସାହି ଥାନାରେ ୫ଟି ମାମଲା ରହିଛି। ସେ ଏକ ଗ୍ୟାଙ୍ଗ ଗଢି ନିଜ କାୟା ବିସ୍ତାର ଲାଗି ଯୋଜନା କରୁଥିବାବେଳେ ପୋଲିସ ଗୁଳିରେ ଆହତ ହୋଇ ଧରାପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri