Categories: ଜାତୀୟ

ପୋଲିସ ଆଖି ଆଗରେ ନିଆଁରେ ୩ ଘଣ୍ଟା ଜଳିଲେ ଯୁବତୀ: ମହିଳା ଅଧିକାରୀ ଆସି ନ ଥିବାରୁ ହୋଇ ପାରିଲାନି ଉଦ୍ଧାର କାର୍ଯ୍ୟ

ଭୋପାଳ,୫।୧୦: ମଧ୍ୟପ୍ରଦେଶ ମନ୍ଦସୌର ଜିଲାରୋ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୨ ବର୍ଷ ବୟସ୍କା ଯୁବତୀ କୌଣସି କାରଣରୁ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ। ତେବେ ମହିଳା ଅଧିକାରୀ ଚନ୍ଦା ଆଞ୍ଜନା ଆସିବାରେ ବିଳମ୍ବ ହେବାରୁ ସେଠାରେ ଉପସ୍ଥିତ ଥିବା ଭାଉ ଗଡ଼ ଥାନା ଅଧିକାରୀ ଆର୍‌.ସି. ଗୌଡ଼ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନେଇ ପାରି ନ ଥିଲେ। ତାଙ୍କ ଆଖି ଆଗରେ ଯୁବତୀ ଜଣକ ୩ ଘଣ୍ଟା ଧରି ନିଆଁରେ ଜଳିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମହିଳା ଅଧିକାରୀ ଚନ୍ଦା ପ୍ରଥମେ କାହିଁକି ନିଆଁ ଲିଭାଗଲା ନାହିଁ ବୋଲି ଗୌଡ଼ଙ୍କୁ ପଚାରୁଥିବା ଶୁଣିବାକୁ ମିଳୁଛି।

Share