ପୋଲିସ ଅବହେଳା ନେଲା ଜୀବନ: ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର,୨ା୧୨(ଡି.ଏନ୍‌.ଏ.)- ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସ ଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ମୟୂରଭଞ୍ଜ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ରାଇରଙ୍ଗପୁରସ୍ଥିତ ଏକ କଲେଜ ହଷ୍ଟେଲର ଏକ କୋଠରିରୁ ତାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଶନିବାର ରାତିରେ ଉଦ୍ଧାର କରିି ସେଠାରୁ କେତେକ କାଗଜପତ୍ର ଜବତ କରିଛି। ଏଥିରେ ସୁଇସାଇଡ୍‌ ନୋଟ ଥିବା କୁହାଯାଉଥିଲେ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରିନାହିଁ। ଗତ ଅକ୍ଟୋବର ୨୬ ତାରିଖରେ ବଳାତ୍କାରର ଶିକାର ହୋଇଥିବା ଏହି ଅଧ୍ୟାପିକା ଝାରପୋଖରିଆ ଥାନାରେ ସେହିମାସ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ହାତବାନ୍ଧି ବସି ରହିଥିଲା। ମାନସିକ ଚାପ ସାଙ୍ଗକୁ ଧମକ ଓ ବ୍ଲାକମେଲିଂର ଶିକାର ହୋଇଥିଲେ ଏହି ଅଧ୍ୟାପିକା। ଶନିବାର ରାତିରେ ସେ ରହୁଥିବା ହଷ୍ଟେଲ କୋଠରିରୁ ତାଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ଅଡୁଆରେ ପଡ଼ି ଦୋଷ ଦୁର୍ବଳତା ଲୁଚାଇବାକୁ ତତ୍ପର ହୋଇ ଉଠିଛି। ଏହା ମଧ୍ୟରେ ତରବରିଆ ଭାବେ ରାତି ଅଧିଆ ଚଢାଉ କରି ଅଧ୍ୟାପିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଯାଜପୁର ଜିଲା ଚଣ୍ଡିଖୋଲ ନିକଟବର୍ତ୍ତୀ ଧାନମଣ୍ଡଳ ରେଳ ଷ୍ଟେଶନରୁ ଗିରଫ କରିଛି। ତଦନ୍ତ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଝାରପୋଖରିଆ ଥାନା ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷେ ଅଧ୍ୟାପିକାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାରବର୍ଗ ରାଇରଙ୍ଗପୁର ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ ଏକ ହତ୍ୟା ମାମଲା(ନ.୧୫୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ସହ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ନେଇ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ସୂଚନା ଦେଇଛନ୍ତି।
ବଳାତ୍କାରର ଶିକାର ହୋଇ ଜୀବନ ହାରିଥିବା ଅଧ୍ୟାପିକାଙ୍କ ଘର ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ। ସେ ରାଇରଙ୍ଗପୁରର ଏକ କଲେଜରେ ଅଧ୍ୟାପନା କରୁଥିଲେ। ଗତ ଅକ୍ଟୋବର ୨୬ ତାରିଖରେ ସେ କେନ୍ଦୁଝରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟା ଭାଉଜଙ୍କ ଘରକୁ ଯାଇଥିଲେ। ସେହି ରାତିରେ ତାଙ୍କ ସମ୍ପର୍କୀୟା ଭାଉଜଙ୍କ ଭାଇ ତାଙ୍କୁ ବଳାତ୍କାର କରିଥିଲେ। ଅଧ୍ୟାପିକା ଜଣକ ଘରକୁ ଫେରି ସବୁ କଥା ଜଣାଇବା ସହିତ ଏନେଇ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସେତେବେଳେ ଏକ ମାମଲା (ନଂ.୧୨୫/୧୯) ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲା। ଫଳରେ ମାମଲା ପ୍ରତ୍ୟାହାର କରି ନେବାକୁ ଅଭିଯୁକ୍ତ ବିଭିନ୍ନ ସମୟରେ ଅଧ୍ୟାପିକାଙ୍କୁ ଧମକ ଚମକ ଦେଇ ଆସୁଥିଲେ ବୋଲି ପରିବାରବର୍ଗ ଦର୍ଶାଇଛନ୍ତି।
ରବିବାର ସନ୍ଧ୍ୟାରେ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ପୁରୁଷୋତ୍ତମଦାସ ଏହି ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅଧ୍ୟାପିକାଙ୍କ ପ୍ରତି ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟରଞ୍ଜନ ସାହୁଙ୍କୁ ପୋଲିସ ଧାନମଣ୍ଡଳ ରେଳ ଷ୍ଟେଶନ ନିକଟରୁ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ସୌମ୍ୟରଞ୍ଜନ ରେଳ ବିଭାଗରେ କାର୍ଯ୍ୟ କରନ୍ତି। ତେବେ ଅଧ୍ୟାପିକାଙ୍କ ପରିବାର ପକ୍ଷରୁ ରବିବାର ହତ୍ୟା ଅଭିଯୋଗ ଅଣାଯିବାରୁ ରାଇରଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁ ଓ ତାଙ୍କ ୫ ସମ୍ପର୍କୀୟଙ୍କ ନାମରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରୁ ୨ ଜଣ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୩ ଜଣଙ୍କୁ ଗିରଫ କରିବା ପାଇଁ ଜିଲା ପୋଲିସର ଏକ ଟିମ୍‌ କେନ୍ଦୁଝର ଜିଲା ଯାଇଥିବା କହିଛନ୍ତି। ସେହିପରି ଅଧ୍ୟାପିକାଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ୍‌ ପୋଲିସ ଅଧିତ୍କାରୀମାନେ ଗାଏବ କରିଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହୋଇଛି। ଏସମ୍ପର୍କରେ ଏସପିଙ୍କୁ ପଚାରିବାରୁ, ସେଠାରୁ ଲେଖା ହୋଇଥିବା ବହୁ କାଗଜପତ୍ର ସମେତ ସାଦା କାଗଜ ଓ ବହି ଜବତ କରାଯାଇଛି। ଅଧ୍ୟାପିକାଙ୍କ ମୋବାଇଲ ମଧ୍ୟ ମିଳିିଛି। ସାଇଣ୍ଟିଫିକ ଟିମ୍‌ ସେଠାକୁ ଯାଇ ତଦନ୍ତ କରୁଛନ୍ତି। ତେବେ ସୁଇସାଇଡ ନୋଟ୍‌ ଥିବା ନେଇ ତାଙ୍କ ନିକଟରେ କିଛି ଖବର ନାହିଁ। ଜବତ କାଗଜପତ୍ରକୁ ଯାଞ୍ଚ କଲେ ସବୁ ଜଣାପଡିବ ବୋଲି ସେ କହିଛନ୍ତି। ଝାରପୋଖରିଆ ଥାନା ପୋଲିସ ପୂର୍ବରୁ ବଳାତ୍କାର ମାମଲା ରୁଜୁ କରି ତଦନ୍ତରେ ଶିଥିଳତା ପ୍ରଦର୍ଶନ କରିଥିବାରୁ ତଦନ୍ତକାରୀ ଅଧିକାରୀ ଏସଆଇ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି। ଥାନା ଅଧିକାରୀ ଶରତ କୁମାର ମହାଳିକଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଏସପି କହିଛନ୍ତି। ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ୫ -ଟି କାର୍ଯ୍ୟକାରୀ କରୁଥିବାବେଳେ ଏହା ପୋଲିସ ବିଭାଗରେ ଫେଲ୍‌ ମାରିଛି କି ପଚାରିବାରୁ ସେ କିଛି ମନ୍ତବ୍ୟ ନ ଦେଇ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri