ପୋଲିସ, ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଗଛ ନଷ୍ଟ

ମୋହନା,୨୩ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ପକ୍ଷରୁ ଶନିବାର ଏସ୍‌ପି ସାରା ଶର୍ମା ଓ ଜିଲାପାଳ ଅନୁପମ ଶାହଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ବାରିଆବନ୍ଧ ନିକଟସ୍ଥ ଜଙ୍ଗଲରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ପୋଡା ଯାଇଥିଲା। ମୋହନା ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗର ମିଳିତ ଚଢାଉରେ ୯୧ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୮କୋଟି ୨ଲକ୍ଷ ଟଙ୍କା ହେବବୋଲି ଏସ୍‌ଡିପିଓ ଅଶୋକ ମହାନ୍ତି କହିଛନ୍ତି। ଏଥିରେ ଥାନା ଅଧିକାରୀ ସୁଜିତ ନାୟକ ଓ ପୋଲିସ ଟିମ୍‌ ସାମିଲ ଥିଲେ।