Categories: ଜାତୀୟ

ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର

ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି ଜଣେ ଚୋର। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ମଲ୍‌ର ମାଲିକଙ୍କ ଘରୁ ଟଙ୍କା ଚୋରି କରି ବାଇକ୍‌ରେ ନେଇ ଯାଉଥିଲେ ଜଣେ ଯୁବକ। ରାସ୍ତାରେ ପାଟ୍ରୋଲିଂ କରୁଥିବା ପୋଲିସ ଉକ୍ତ ଯୁବକଙ୍କୁ ଦେଖି ସନ୍ଦେହ ହେବାକୁ ତାଙ୍କ ପିଛା କରିଥିଲା। ଏହି ଭୟରେ ଯୁବକ ଜଣଙ୍କ ଚୋରି କରିଥିବା ବ୍ୟାଗ୍‌ରୁ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ୍‌ ବିଡା ବାହାର କରି ରାସ୍ତାରେ ପକେଇ ପକେଇ ଆସିଥିଲେ। ଯୁବକଙ୍କ ଏଭଳି କାରନାମା ଦେଖି ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏମିତି ଉପାୟ ଅବଲମ୍ବନ କରି ଚୋର ଜଣଙ୍କ ପୋଲିସକୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ପୋଲିସ ଏବେ ଉକ୍ତ ଚୋରର ସନ୍ଧାନରେ ଅଛି।

Share