ପୋଲିସକୁ ଛତା, ଅସହାୟଙ୍କୁ ଖାଦ୍ୟ

ଅନୁଗୋଳ ଅଫିସ, ୧୭।୪ – କରୋନା ମହାମାରୀ ସଂକ୍ରମଣ ଭୟ ଓ ଲକ୍‌ ଡାଉନ୍‌ ଯୋଗୁ ଅନୁଗୋଳ ଜିଲାରେ ବହୁ ଗରିବ, ଅସହାୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ ରଖି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ, କମ୍ପାନୀ କର୍ତ୍ତୃପକ୍ଷ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଦିନରାତି ରାସ୍ତାରେ ଠିଆ ହେଉଥିବା ପୋଲିସ କର୍ମଚାରୀଙ୍କୁ ଅନୁଗୋଳ ଲକ୍ଷ୍ମୀ ଗ୍ରୁପ୍‌ ଅଫ୍‌ କମ୍ପାନୀର ଚେୟାରମ୍ୟାନ ରମେଶ ଅଗ୍ରୱାଲ ଗୁରୁବାର ଛତା ପ୍ରଦାନ କରିଛନ୍ତି। ଅନୁଗୋଳର ପ୍ରତ୍ୟେକ ଥାନାକୁ ୨ଟି ଓ ଫାଣ୍ଡିକୁ ଗୋଟିଏ ଲେଖାଏ ଛତା ଦାନ କରିଛନ୍ତି। ଏହି କାର୍ଯ୍ୟରେ ଶିରିଡିସାଇ ଆତ୍ମାଦର୍ଶନ ଚାରିଟେବୁଲ୍‌ ଟ୍ରଷ୍ଟର ସଭ୍ୟ ରାଜକୁମାର ଅଗ୍ରୱାଲ, ଅଜୟ ତ୍ରିପାଠୀ, ପ୍ରବୀର କୁମାର ପ୍ରଧାନ ଓ ରାଜେଶ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ମାଉଳୀ ଯୁବକ ସଂଘ ତରଫରୁ ଆଠମଲ୍ଲିକ ଥାନା ଅଧିକାରୀ, ବନଖଣ୍ଡ ଅଧିକାରୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଷ୍ଟାଫ, ଖବରଦାତା, ବେଲାଦୁଲା, କନ୍ଧପାଲି, ବିଜିପୁର, ତେଣ୍ଠେଇପାଲି, ଲୁହସିଙ୍ଗା ଆଦି ଗ୍ରାମର ଅସହାୟ, ଗରିବ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଛି। ପ୍ରତାପ ମେହେର ମାସ୍କ ତିଆରି କରୁଥିବା ବେଳେ ରାଜୀବ ମେହେର, କୌଶିକ ମେହେର, ଦୁଃଖୀଶ୍ୟାମ ମେହେର, ଶ୍ରୀକାନ୍ତ ମେହେର, ବୀରେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରୁଛନ୍ତି। ବଅଁରପାଳ ବ୍ଲକ ବଳରାମପ୍ରସାଦ ଗଡସାହିର ୩୦ ଅସହାୟ ପରିବାରକୁ ଅପରାଜିତା ଓମେନ୍ସ କ୍ଲବ ପକ୍ଷରୁ ଖାଦ୍ୟ ସାମଗ୍ରୀ, ସାବୁନ, ମାସ୍କ ଆଦି ବଣ୍ଟନ କରାଯାଇଛି। କ୍ଲବ ସମ୍ପାଦିକା ସୁଚିସ୍ମିତା ସିଂଙ୍କ ନେତୃତ୍ୱରେ ଉପସଭାପତି ଶୁଭଦର୍ଶନୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦିକା ମିନତୀ ସିଂ, ସାବିତ୍ରୀ ସିଂ, ବିଜୟାଲକ୍ଷ୍ମୀ ତାରେଣୀୟା, ନମିତା ସିଂ, କଳ୍ପନା ଷଣ୍ଢ, ଭାରତୀ ଦାସ ପ୍ରମୁଖ ବିତରଣରେ ସହଯୋଗ କରିଥିଲେ। ତାଳଚେର ଡେରା ଜଗନ୍ନାଥ ଡିଏଭି ସ୍କୁଲ ପକ୍ଷରୁ ପୌରାଞ୍ଚଳର ଶ୍ରମଜୀବୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସ୍କୁଲ ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଏହି କାର୍ଯ୍ୟରେ ସାମିଲ ହୋଇ ବସ୍ତି ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। କଣିହାଁ ବ୍ଲକ ଅଧ୍ୟକ୍ଷ ନମିତା ସାହୁଙ୍କ ନେତୃତ୍ୱରେ କମରେଇ ପଞ୍ଚାୟତର ଅସହାୟ ଓ ଜୀବିକା ହରାଇଥିବା ଶତାଧିକ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ, ସାବୁନ ପ୍ରଦାନ କରାଯାଇଛି। ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କ ସହ ସ୍ଥାନୀୟ ସାମାଜିକକର୍ମୀମାନେ ସହଯୋଗ କରିଥିଲେ। ସେହିପରି ତାଳପଦା ପଞ୍ଚାୟତ ଦୁର୍ଗାପୁର ଗ୍ରାମ ସାଇ ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାସ୍କ ବଣ୍ଟନ କରାଯାଇଛି। ସଭାନେତ୍ରୀ ନିରୁପମା ବିଶ୍ୱାଳ, ସମ୍ପାଦିକା ଟୁନିଲତା ବିଶ୍ୱାଳଙ୍କ ନେତୃତ୍ୱରେ ସଦସ୍ୟମାନେ କିଆଝାର ଓ ଦୁର୍ଗାପୁର ଗ୍ରାମର ୫ ଶହ ଜଣଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। କଣିହାଁ ବିଡିଓ ରମେଶ କୁମାର ଜେନା, ତହସିଲଦାର ରବୀନ୍ଦ୍ର ସାମଲ ଯୋଗଦେଇଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri