ପୋଲିସକୁ ଓଏଚ୍‌ଆର୍‌ସିଙ୍କ କଡ଼ା ସମାଲୋଚନା

କଟକ ଅଫିସ୍‌,୨୧।୫: କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଜଣେ ଯୁବକଙ୍କୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ମାଡ଼ ମାରିବାର ଭିଡିଓ ଭାଇରାଲ ଖବର ପ୍ରକାଶ ପରେ ସାମାଜିକ କର୍ମୀ ମନୋଜ ଜେନାଙ୍କ ତରଫରୁ ଓଡ଼ିଶା ମାନବାଧିକାର କମିଶନ୍‌ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଓଏଚ୍‌ଆର୍‌ସି ମଙ୍ଗଳବାର ଗ୍ରହଣକରି ପୀଡ଼ିତଙ୍କୁ କ୍ଷତିପୂରଣ ବାବଦରେ ଆଇଆଇସିଙ୍କ ଦରମାରୁ ୧୦ ହଜାର ଟଙ୍କା ଦେବାକୁ କୁହାଯାଇଛି। ତେବେ ଏହି ଘଟଣାରେ ଓଏଚ୍‌ଆର୍‌ସି ପୋଲିସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଏବଂ ମାନସିକତାକୁ କଡ଼ା ଭାଷାରେ ସମାଲୋଚନା କରିଥିବା ଜାଣିବାକୁ ମିଳିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଓଏଚ୍‌ଆର୍‌ସିର ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ଏବଂ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଅଭିଯୋଗକୁ ବିଭାଗୀୟ ଅଧିକାରୀ କିମ୍ବା ସମ୍ପୃକ୍ତ ଆଇଆଇସି ଖଣ୍ଡନ କରି ନାହାନ୍ତି। ଏଣୁ ଅଭିଯୋଗର ସତ୍ୟତା ରହିଥିବା ଜଣାପଡ଼ୁଛି। ଥାନାରେ ପୋଲିସ ଅତ୍ୟାଚାର ପ୍ରଥମ ଘଟଣା ନୁହେଁ। ଏଭଳି ଅନେକ ଅଭିଯୋଗ ଓଏଚ୍‌ଆର୍‌ସିଙ୍କ ପାଖରେ ପହଞ୍ଚତ୍ଛି। ଅନେକ ଘଟଣାରେ ସତ୍ୟତା ରହୁଥିବା ଜାଣିବାକୁ ମିଳୁଛି। ଆମେ ଏମିତି ଏକ ସମୟ ଦେଇ ଗତି କରୁଛେ, ଯେଉଁ ସମୟରେ ସମସ୍ତେ ଶାରୀରିକ, ମାନସିକ ଏବଂ ଆର୍ଥତ୍କ ଚାପଗ୍ରସ୍ତ ଅବସ୍ଥାରେ ରହିଛନ୍ତି। ଅନେକ ବ୍ୟକ୍ତି ଦିନକୁ ଦୁଇଓଳା ଖାଦ୍ୟ ମଧ୍ୟ ପାଉନାହାନ୍ତି। ଅପରପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଜ ସ୍ବାସ୍ଥ୍ୟ ଏବଂ ପରିବାରକୁ ପଛରେ ପକାଇ ଅନେକ ପୋଲିସ ଏବଂ ସ୍ବାସ୍ଥ୍ୟକର୍ମୀ ଦିନ ରାତି କାମ କରୁଛନ୍ତି। ଏଭଳି କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। କିନ୍ତୁ ସାଧାରଣ ନିରୀହ ଜନତାଙ୍କ ଉପରେ ଅତ୍ୟାଚାର ଏବଂ ନିଜର ଆଧିପତ୍ୟ ଦେଖାଇବା ପାଇଁ ଲକ୍‌ଡାଉନ୍‌ ଓ କର୍ଫ୍ୟୁକୁ ଅନେକ ଅଧିକାରୀ ସୁଯୋଗ ଭାବେ ଗ୍ରହଣ କରିଛନ୍ତି। ଏଭଳି ଅଧିକାରୀମାନେ ନିଜ ବିଭାଗକୁ ନିନ୍ଦିତ କରିବା ସହ ପରିସ୍ଥିତିକୁ ଅଧିକ ଖରାପ କରୁଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିବା ପାଇଁ ଅଧିକାରୀଙ୍କୁ କିଏ କ୍ଷମତା ଦେଲା। ଏହି ଘଟଣା ଥାନା ଭିତରେ ଘଟିଛି ଏବଂ ସେତେବେଳେ ନିକଟରେ ୩/୪ଜଣ ଉପସ୍ଥିତ ଥିଲେ। ତେଣୁ ଏହା ଆମତ୍ସୁରକ୍ଷା ପାଇଁ ଆଦୌ କରାଯାଇନାହିଁ। ଯଦି ଏଭଳି ଅଧିକାରୀଙ୍କୁ ଦଣ୍ଡ ନ ମିଳେ, ତେବେ ସେମାନେ ଭବିଷ୍ୟତରେ ପୋଲିସ ବିଭାଗ ଉପରେ ବୋଝ ହୋଇଯିବେ। ଯଦି ଏବେଠାରୁ ଏଭଳି ମାନସିକତାକୁ ରୋକା ନ ଯିବ, ତେବେ ଲୋକମାନେ ପୋଲିସକୁ ରକ୍ଷକ ବଦଳରେ ଭକ୍ଷକ ଭାବେ ବିବେଚନା ଯେ ନ କରିବେ ତାହା କହିବା କଷ୍ଟକର ହୋଇପଡ଼ିବ। ଏଣୁ ଆଶା କରାଯାଉଛି ୭୦ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟନ୍ତ୍ରଣ କରୁଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏହାକୁ ଗୁରୁତର ସହ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri