ପୋଲିଓ ବୁନ୍ଦା ଖାଇ ଶିଶୁକନ୍ୟା ମୃତ୍ୟୁ ଅଭିଯୋଗ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ବ୍ରହ୍ମଗିରି,୬।୯(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ବୁଧବାର ପୋଲିଓ ବୁନ୍ଦା ଖାଇ ଅଢେଇ ମାସର ଶିଶୁକନ୍ୟା ପ୍ରିୟଙ୍କା ବିଶ୍ବାଳ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ପୋଲିଓ ବୁନ୍ଦା ଖାଇ ଶିଶୁକନ୍ୟା ମୃତ୍ୟୁ ଘଟିଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବିରେ ଶିଶୁକନ୍ୟାଙ୍କ ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରଖି ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।