ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୧୦୪ଟି ଅତିସମ୍ବେଦନଶୀଳ ବୁଥ୍‌ ଏବଂ ୨୭୫ଟି ସମ୍ବେଦନଶୀଳ ବୁଥ୍‌ ଥିବା ଜିଲା ପ୍ରଶାସନ ଚିହ୍ନଟ କରିଛି। ଜିଲା ପ୍ରଶାସନର ପୋଲିଂ ଅଧିକାରୀ ଓ କର୍ମଚାରୀମାନେ ଶନିବାର ପୂର୍ବାହ୍ନ ୮ଟାରେ ସ୍ଥିର ହୋଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରୁ ବୁଥ୍‌ ପାଇଁ ଇଭିଏମ୍‌ ମେଶିନ୍‌, ସମସ୍ତ ଭୋଟ୍‌ ସାମଗ୍ରୀ ଗ୍ରହଣ କରି ଅଧିଗ୍ରହଣ ଚାରିଚକିଆ ଯାନରେ ପୋଲିଂ ବୁଥ୍‌ କେନ୍ଦ୍ରକୁ ଯାଇଛନ୍ତି।

ଆସନ୍ତା ୨୯ତାରିଖ ସୋମବାର ହେବାକୁ ଥିବା ମତଦାନ ନିମନ୍ତେ ଜିଲା ପ୍ରଶାସନ ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବସ୍ତା ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ଉତ୍କଳ ବାଳାଶ୍ରମ, ଜଳେଶ୍ୱର ଓ ଭୋଗରାଇ ନିର୍ବାଚନମଣ୍ଡଳୀ ପାଇଁ ଖ୍ରୀଷ୍ଟିଆନ୍‌ ହାଇସ୍କୁଲ, ସୋର ଓ ରେମୁଣା ନିର୍ବାଚନମଣ୍ଡଳୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ସିମୁଳିଆ ନିର୍ବାଚନମଣ୍ଡଳୀ ପାଇଁ ବାଲେଶ୍ୱର ସରକାରୀ ଆଇଟିଆଇ, ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ନୀଳଗିରି କେସି ହାଇସ୍କୁଲଠାରେ ବିତରଣ/ଗ୍ରହଣ କେନ୍ଦ୍ରରେ ପୋଲିଂ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଥିଲେ। ସେଠାରୁ ନିର୍ଦ୍ଧାରିତ ପୋଲିଂ ବୁଥ୍‌କୁ ସମସ୍ତ ନିବର୍ର୍ାଚନ ପରିଚାଳନା ସାମଗ୍ରୀ ସଂଗ୍ରହ କରି ପହଞ୍ଚାଇଥିଲେ। ପ୍ରତି ବୁଥ୍‌ରେ ପ୍ରିଜାଇଡ଼ିଂ ଅଫିସରଙ୍କ ସମେତ ୫ଜଣ ପୋଲିଂ ଅଫିସର ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ୧୪ହଜାର ୫ଶହ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୧୨୧ଜଣ ଅଣୁ ପର୍ଯ୍ୟବେକ୍ଷକ, ଫ୍ଲାଇଂ ସ୍କ୍ବାଡ଼ ଷ୍ଟାଟିକ୍‌ ସର୍ଭିଲେନ୍ସ ଟିମ୍‌, ଭିଡ଼ିଓ ସର୍ଭିଲେନ୍ସ ଟିମ୍‌, ଭିଉଇଙ୍ଗ ଟିମ୍‌ ଶନିବାର ନିର୍ବାଚନ ପାଇଁ ଠିକଣା ସ୍ଥାନରେ ପହଞ୍ଚି ଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri