Categories: ଖେଳ

ପୋଲାର୍ଡଙ୍କ ସହ ହ୍ୟାଙ୍ଗ ଆଉଟ୍‌ କଲେ ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୮- ଓ୍ବେଷ୍ଟଇଣ୍ଡିଜ ଦଳର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ କିରୋନ ପୋଲାର୍ଡ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ, ନବଦୀପ ସାଇନି, ଶ୍ରେୟାସ ଆୟାର, ଖଲିଲ ଅହମ୍ମଦ, ରିଦ୍ଦିମାନ ଶାହ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ସହ ପୋର୍ଟ ଅଫ୍‌ ସ୍ପେନଠାରେ ସମୟ ବିତାଇଛନ୍ତି। ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନରେ ଆଗୁଆ ଅଛି। ବୁଧବାର ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଦ୍ୱୀପର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହ ମଜା ଉଠାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କ ଭଲ ବନ୍ଧୁ ଥିବା ପୋଲାର୍ଡ, ଧାଓ୍ବନ, ଆୟାରଙ୍କ ସହ ଅନ୍ୟମାନେ ବୋଟ୍‌ ମଜା ନେଇଥିଲେ। ଓପନିଂ ବ୍ୟାଟ୍ସମ୍ୟାନ କିଛି ଭିଡିଓ ଓ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭାରତୀୟ ପେସର ଖଲିଲ ଅହମ୍ମଦ ଇଦ୍‌ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

Share