ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ

ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ ଇନ୍ଦ୍ର ଦେବତାଙ୍କ କୃପାରେ ଚାଷ କରୁଥିବା ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଏହି ବନ୍ଧର ପୁନରୁଦ୍ଧାର ହୋଇ ନଥିବା ବେଳେ ଉପରୁ ମୁଣ୍ଡରୁ ବୋହି ଆସୁଥିବା ବାଲି ଗୋଡି ଦ୍ୱାରା ବନ୍ଧଟି ନିଜ ସ୍ଥିତ ହଜାଇ ସାରିଲାଣି। ମାଛ ଚାଷ ପାଇଁ ପଞ୍ଚାୟତ ପକ୍ଷରୁ ଏହା ନିଲାମ କରାଯାଉଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟବାସୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ପର୍ଶଳା ପଞ୍ଚାୟତର ସୀମାରେ ଅବସ୍ଥିତ ଏହି ଦୀର୍ଘକାୟ ବନ୍ଧଟି କାହିଁ କେଉଁ କାଳରୁ ଖୋଳାଯାଇଥିଲା। ଉଭୟ ପଟରେ ଏକର ଏକର ଚାଷ ଜମିକୁ ଏହି ବନ୍ଧରୁ ପାଣି ମଡାଯାଇ ଚାଷ କାଯର୍‌ୟ କରାଯାଉଥିଲା। ଏହି ବନ୍ଧ ଉପରେ ନିକଟସ୍ଥ ମାଙ୍କିଡିଆ ସାହି, ପର୍ଶଳା, ସିଜୁକଳା, ଗୁମୁରା, ସରୁପତଳା ଆଦି ଅଞ୍ଚଳର ଲୋକମାନେ ନିର୍ଭର କରି ଆସୁଛନ୍ତି। ଚାଷ କାର୍ଯ୍ୟ ପାଇଁ ଏହି ବନ୍ଧର ପାଣିକୁ ବ୍ୟବହାର କରୁଥିଲେ ମଧ୍ୟ ମଣିଷ ବୁଡିଯିବା ଭଳି ପାଣି ରହୁଥିବା ବେଳେ ଆଜି କାଦୁଅ ଭର୍ତ୍ତି ହୋଇ ଆଣ୍ଠୁଏ ପାଣି ରହିଛି। କିଛି ଦିନ ପୂର୍ବେ ବେଆଇନ ଭାବେ ଏହି ବନ୍ଧ କଟାଯାଇ ପାଣି ବାହାର କରିବା ସହିତ ମାଛ ଧରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିଲାମ ପ୍ରକ୍ରିୟା ଶେଷ କରି ପଞ୍ଚାୟତ ତାର କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଏହାର ଉଦ୍ଧାର ପ୍ରତି ଦୃଷ୍ଟି ଦେଉନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏ ବନ୍ଧର ପୁନଃଉଦ୍ଧାର କାର୍ଯ୍ୟ କରାଯାଇ ନାହିଁ। ପଞ୍ଚାୟତ ପକ୍ଷରୁ ଏହାର ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା। ମାତ୍ର ଏହା ଆମ ଗାଁ ଆମ ବିକାଶ ଯୋଜନାରେ କରାଯିବାର ବ୍ୟବସ୍ଥା ରହିଛି ବୋଲି ଅଧିକାରୀମାନେ ସରପଞ୍ଚଙ୍କୁ ଜଣାଇଥିଲେ। ମେ ମାସ ଯାଇ ଜୁନ ମାସ ଆରମ୍ଭ ହେବାକୁ ବସିଲାଣି। ବର୍ଷା ଦିନେ ଏହାର ପୁନଃଉଦ୍ଧାର ଅସମ୍ଭବ ତେଣୁ ବର୍ଷା ଜଳ ସଂରକ୍ଷଣ ପାଇଁ ଏହାର ଉଦ୍ଧାର ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri