ପୋଡ଼ପଡ଼ାରେ ପୁଣି ହାତୀ ମୃତ୍ୟୁ: ମାସକର ଛୁଆକୁ ଦଳି ମାରିଦେଲେ ହାତୀପଲ

ଓଡ଼ାପଡ଼ା,୬।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ରେଞ୍ଜ୍‌ ପୋଡ଼ପଡ଼ା ଗ୍ରାମ ନିକଟସ୍ଥ ବେଣୁଗୁଡ଼ା ପୋଲ ନିକଟରେ ଗୁରୁବାର ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମାସକର ଛୁଆହାତୀକୁ ହାତୀମାନେ ଦଳି ମାରି ଦେଇଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ କର୍ମଚାରୀମାନେ ଅନୁମାନ କରୁଛନ୍ତି। ଅପରପକ୍ଷେ ମୃତଦେହରେ ଶୁଣ୍ଢ ନ ଥିବାରୁ ଟ୍ରେନ୍‌ ଧକ୍କାରେ ହାତୀଛୁଆର ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ କହୁଛନ୍ତି। ଖବର ପାଇ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।