ପୋଖରୀ ଭିତରେ ବୁଡ଼ିଗଲା କାର୍‌ : ଚାଳକ ଫେରାର

ପାଟଣା,୨୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ବୁଢ଼ିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ରାସ୍ତାପାର୍ଶ୍ୱରେ ଥିବା ଏକ ପୋଖରୀ ଭିତରେ ରବିବାର ବିଳମ୍ବିତ ରାତିରେ ଏକ କାର୍‌ ବୁଡ଼ି ଯାଇଛି।
ସୂଚନାଯୋଗ୍ୟ, ଏହି କାର୍‌ଟି ଏକ ଚୋରା ଚାଲାଣ ହେଉଥିବା କାଠ ବୋଝେଇ ଗାଡ଼ିକୁ ଓଭର ଟେକ୍‌ କରି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଯାଇଥିଲା। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଗାଡ଼ିରେ ଥିବା ଚାଳକ ଫେରାର ହୋଇଯାଇଥିବା ବେଳେ ପାଟଣା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।