ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଜଳଧର ବାଘ(୪୦)। ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଜଳଧର ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗୁରୁବାର ସକାଳେ ତାଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଜଳଧରଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାରଲୋକେ ସନ୍ଦେହ ପ୍ରକାଶ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି ।