ପୋଖରୀରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ତିହିଡ଼ି, ୨୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ସନ୍ଥପୁରା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଗୁରୁବାର ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ମିନାହାକ କାଦ୍ରି। ସେ ବୁଧବାର ସନ୍ଧ୍ୟାଠାରୁ ନିଖୋଜ ଥିଲେ ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ଗ୍ରାମ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ତିହିଡ଼ି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୪୦/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।