Categories: ଜାତୀୟ

ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ: ରାଷ୍ଟ୍ରପତି

ଜୟପୁର,୬।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି ମାମଲାରେ କ୍ଷମା ଆବେଦନକୁ ଉଠାଇଦେବା ଉଚିତ ବୋଲି କୋବିନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ସିରୋହିର ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ରାମନାଥ ଯୋଗଦେଇଥିଲେ। ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ମହିଳା ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ। ପୋକ୍ସୋ ଅଧିନିୟମରେ ବଳାତ୍କାର ଅଭିଯୁକ୍ତଙ୍କୁ କ୍ଷମା ଆବେଦନ କରିବା ଅଧିକାର ରହିବା କଥା ନୁହେଁ। ସଂସଦରେ କ୍ଷମା ଆବେଦନ ଉପରେ ସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

Share