ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)।
ମାନିଆ ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବାବେଳେ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପେସାରେ ମାନିଆ ଜଣେ ନଡିଆ ତୋଳାଳି। ଭଲ ନଡ଼ିଆ ତୋଳାଳି ଭାବେ ସେ ଅଞ୍ଚଳରେ ବେଶ୍‌ ପରିଚିତ। ବିଭିନ୍ନ ଲୋକଙ୍କର ନଡ଼ିଆ ବଗିଚାରୁ ନଡ଼ିଆ ତୋଳି ଯାହା ପାରିଶ୍ରମିକ ପାଉଥିଲେ ସେଥିରେ ସେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।