ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି ସ୍ବତନ୍ତ୍ର ସ୍ତମ୍ଭ…

ସକାଳ ୯ଟା ବାଜିଲେ ଲିଙ୍କ୍‌ରୋଡ଼ରୁ ପାଲାମଣ୍ଡପ ପର୍ଯ୍ୟନ୍ତ ଥିବା ଦୋକାନରେ ପଣ୍ଡାନନାଙ୍କ ଖୋଜାପଡ଼େ। ସାଇକେଲ ଚଲାଇ, ହ୍ୟାଣ୍ଡେଲରେ ପୂଜା ଥାଳି ଝୁଲାଇ ପହଞ୍ଚି ଯାଆନ୍ତି ପଣ୍ଡାନନା। ଗୋଟିଏ ଦୋକାନରେ ଶୀଘ୍ର ପୂଜା ସାରି ପୁଣି ପରବର୍ତ୍ତୀ ଦୋକାନକୁ ଯାଆନ୍ତି। ଏମିତି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତାଙ୍କର ପୂଜା ଚାଲେ। ପଣ୍ଡାନନା ଭାବେ ପରିଚିତ ଏହି ଯୁବକଙ୍କ ନାମ ହିମାଂଶୁ ପଣ୍ଡା। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଶୋଳ ଗ୍ରାମରେ। କୌଳିକ ବୃତ୍ତି ମାଧ୍ୟମରେ ପେଟ ପୋଷିବାକୁ ମନସ୍ଥ କରି ସ୍ତ୍ରୀ ପିଲାଙ୍କୁ ଧରି ଏବେ ସେ କଟକ ଖାନ୍‌ନଗର ବ୍ରାହ୍ମଣସାହିରେ ଭଡ଼ାଘରେ ରହୁଛନ୍ତି। ଏହି ବୃତ୍ତିରୁ ପଣ୍ଡାନନା ମାସକୁ ୮ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଥିଲେ। ପଣ୍ଡାନନାଙ୍କର ଏକ ଭିନ୍ନ ପରିଚୟ ରହିଛି। ଯାହା ସମସ୍ତଙ୍କୁ ଚକିତ କରିବ। ପାନଖିଆ ପାଟିରେ ହସିହସି କଥା କହି ପୂଜା କାର୍ଯ୍ୟ ତୁଲାଉଥିବା ଏହି ଯୁବକ ଜଣକ ୧୯ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି। ଲେଗ୍‌ସ୍ପିନ ବୋଲିଂ କରିବାରେ ସେ ଧୂରନ୍ଧର। ଏଥିପାଇଁ ତାଙ୍କୁ କଟକର ପ୍ରାୟ ସମସ୍ତ କ୍ଲବ ଜାଣନ୍ତି। ପିଲାଦିନୁ କ୍ରିକେଟ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ହେଲେ ପରିବାରର ଆର୍ଥିକ ଅଭାବରୁ ସେ ଆଉ ଆଗକୁ ଯାଇ ପାରି ନ ଥିଲେ ବୋଲି କହିଛନ୍ତି। ନିକଟ ଅତୀତରେ ନୟାଗଡ଼ରେ ଶେଷ ହୋଇଥିବା ଏକ କ୍ଲବସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ପଣ୍ଡାନନାଙ୍କୁ ଶ୍ରେଷ୍ଠ ବୋଲର ଭାବେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri