Categories: ଖେଳ

ପେସାରେ କ’ଣ କରନ୍ତି ଏହିସବୁ କ୍ରିକେଟଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି।

କୋହଲି-ଅନୁଷ୍କା
ଭାରତୀୟ ଅଧିନାୟକ ବିରାଟ କୋହଲି ବିଷୟରେ ତ କହିବା ଆବଶ୍ୟକ ନାହିଁ। ତାଙ୍କ ସ୍ତ୍ରୀ ଅନୁଷ୍କା ବଲିଉଡର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ।

ରୋହିତ ଶର୍ମା-ରିତିକା
ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ଜଣେ ସ୍ପୋର୍ଟସ ମ୍ୟାନେଜର ଭାବେ କାମ କରନ୍ତି।

ଧୋନୀ-ସାକ୍ଷୀ
ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ବିବାହ ପରେ ସେ ଚାକିରି କରି ନ ଥିଲେ।

ଶିଖର ଧାୱନ-ଆୟେଶା ମୁଖାର୍ଜୀ
ଶିଖର ଧାଓ୍ବନଙ୍କୁ ବିବାହ କରିବା ପୂର୍ବରୁ ଆୟେଶା ଅଷ୍ଟ୍ରେଲିଆର ଜଣେ ପେଶାଦାର୍‌ ବକ୍ସର ଥିଲେ।

ଦିନେଶ କାର୍ତ୍ତିକ-ଦୀପିକା ପଲିକଲ
ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ଦୀପିକା ଜଣେ ଭାରତୀୟ ସ୍କ୍ବାସ ଖେଳାଳି।

Share