ପେମେଣ୍ଟ ଲାଗି ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କୁ ୩ମାସ ସମୟ

ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଗୁଡିକୁ ବକେୟା ଦେୟ ପ୍ରଦାନ ଲାଗି ବିତରଣ କମ୍ପାନୀଙ୍କୁ ୩ ମାସ ଅଧିକ ସମୟ ଦିଆଯାଇଛି। ଲକ୍‌ଡାଉନ ସମୟରେ ବିତରଣ କମ୍ପାନୀଗୁଡିକ ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବା ଲାଗି ଏଭଳି ପଦକ୍ଷେପ ସମ୍ପର୍କରେ ସରକାର ଶନିବାର ଘୋଷଣା କରିଛନ୍ତି। ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଙ୍କଠାରୁ ବିଦ୍ୟୁତ୍‌ ନେବାକୁ ହେଲେ ଲେଟର ଅଫ କ୍ରେଡିଟ ଜାରି କରିବା ଲାଗି ସରକାର ଗତ ବର୍ଷ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଦିନିକିଆ ଅଗ୍ରୀମ ପେମେଣ୍ଟ ଦ୍ୱାରା ସୁବିଧା ନେବାକୁ ମଧ୍ୟ ବିତରଣ କମ୍ପାନୀଗୁଡିକୁ ବିକଳ୍ପ ପ୍ରଦାନ କରାଯାଇଥିଲା। ଏବେ ବିତରଣ କମ୍ପାନୀଗୁଡିକ ବୃହତ୍ତ ପରିମାଣର ବକେୟା ରଖିଛନ୍ତି। ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ ମନ୍ତ୍ରଣାଳୟ ପକ୍ଷରୁ ପେମେଣ୍ଟ ସିକ୍ୟୁରିଟିକୁ ମଧ୍ୟ ୫୦%କୁ ହ୍ରାସ କରାଯାଇଛି। ବିଳମ୍ବ ଦେୟ ପ୍ରଦାନ କ୍ଷେତ୍ର୍ରରେ କୌଣସି ଜରିମାନା ଲାଗୁ ନ କରିବା ଏବଂ କମ୍ପାନୀଗୁଡିକୁ ୩ ମାସର ମୋରାଟୋରିୟମ୍‌ ଦେବାକୁ ବିଦ୍ୟୁତ ନିୟାମକ ସିଇଆର୍‌ସିକୁ କୁହାଯାଇଛି। ଏହାବାଦ ରାଜ୍ୟଗୁଡିକ ସମାନ ପରାମର୍ଶ ରାଜ୍ୟ ବିଦ୍ୟୁତ ନିୟାମକ କମିଶନକୁ ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ବିଦ୍ୟୁତ୍‌ ଯୋଗାଣ ଯେଭଳି ନିରନ୍ତର ଭିତ୍ତିରେ ହେବ ତାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶକ୍ତିମନ୍ତ୍ରୀ ଆର୍‌.କେ.ସିଂ ସୂଚନା ଦେଇଛନ୍ତି।

Share