ପେଟ ରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ ନଖ ଉଷୁମ ପାଣିରେ ମିଶାଇ ଖାଆନ୍ତୁ ଏହାକୁ…

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ନିୟନ୍ତ୍ରିତ କରିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ବେକିଂ ସୋଡ଼ା ବା ସୋଡିୟମ୍‌ ବାଇ କାର୍ବୋନେଟ ପାକସ୍ଥଳୀରେ ଥିବା ଏସିଡ୍‌ ସହିତ ପ୍ରତିକ୍ରିୟା କରି ସେତେବେଳେ କାର୍ବନ ଡାଇଅକ୍ସାଇଡ୍‌ ଓ ଜଳ ସୃଷ୍ଟି କରିଥାଏ । ଫଳରେ ଗ୍ୟାସ୍‌ ସମସ୍ୟା ଦୂର ହେବା ସହିତ କୋଷ୍ଠବଦ୍ଧତାରୁ ମିଳିଥାଏ ମୁକ୍ତି। ଏହି ସୋଡ଼ାକୁ ସପ୍ତାହରେ ଥରେ ନଖ ଉଷୁମ ପାଣିରେ ପିଇଲେ ପେଟ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।

Share