ପେଟ ପୋଷିବା ଚିନ୍ତାରେ ଫୁଟ୍‌ପାଥ୍‌ ବେପାରୀ

ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍‌ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ, ଫୁଟଫାଥ ବେପାରୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଖୋର୍ଦ୍ଧା ସହରର ହାବେଳି ପଡ଼ିିଆ ରାସ୍ତା କଡ଼ରେ ବସି ଜୋତା ପାଲିସ କରୁଥିବା କେ. ଆଦି ରାଜୁ କହିଛନ୍ତି, ଏବେ ଦୈନିକ ୫୦ ଟଙ୍କା ବି ରୋଜଗାର ହେଉନି। ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଲୋକଙ୍କର ତ ପରିବା କିଣିବାକୁ ବେଳ ନାହିଁ ଜୋତା ପଲିସ କିଏ କରିବ? ଏଭଳି ସ୍ଥିତି ଆଉ କିଛି ଦିନ ଜାରି ରହିଲେ ମୋ’ ଭଳି ବହୁ ଲୋକଙ୍କ ଚଳିବା ଦୁର୍ବିସହ ହୋଇପଡ଼ିିବ। ଗତ ସପ୍ତାହେ ହେଲା ଧାର କରଜ କରି ପରିବାର ଚଳାଉଛି। ତେବେ କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପଦକ୍ଷେପକୁ ସେ ସମର୍ଥନ କରୁଥିବା ରାଜୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri