ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ ନୂଆପଡା ଜିଲା ଖରିଆର ବ୍ଲକର ଲକ୍ଷ୍ମଣ ଦୁଣ୍ଡି ଏହାକୁ ତିଆରି କରିଛନ୍ତି। ମାତ୍ର ୩୦ ହଜାର ଟଙ୍କା ବ୍ୟୟରେ ଏହି ମେଶିନ ଲଗାଯାଇପାରିବ ବୋଲି ଲକ୍ଷ୍ମଣ କହିଛନ୍ତି । କଳାହାଣ୍ଡି ଜିଲାରେ ପ୍ରଥମେ ବଳଦିଆମାଲ ପେଟ୍ରୋଲ ପମ୍ପରେ ଏହି ମେଶିନ ଲାଗିଥିଲା।