ପେଟ୍ରୋଲପମ୍ପ ଉପରେ ଅଚାନକ ଚଢ଼ାଉ: ୨୫ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ, ୩।୨-ବାଲେଶ୍ୱର ସହରର ବିଭିନ୍ନ ପେଟ୍ରୋଲପମ୍ପ ଉପରେ ମାପ ଓ ଓଜନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ଼ ସୋମବାର ଚଢ଼ାଉ କରି ୫ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ଟାଙ୍ଗି ନ ଥିବା ଅଭିଯୋଗରେ ୨୫ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ମାପ ଓ ଓଜନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ଼୍‌ରେ ଅନୁଗୁଳ ସହକାରୀ ନିୟନ୍ତ୍ରକ ନିବାସ ଚନ୍ଦ୍ର ପାତ୍ର, ବାଲେଶ୍ୱର ସହକାରୀ ନିୟନ୍ତ୍ରକ ପ୍ରଦୀପ କୁମାର ମହାପାତ୍ର, ବରିଷ୍ଠ ନୀରିକ୍ଷକ ବୁଦ୍ଧିରାମ ସିଂ, ଚମ୍ପୁଆ ବରିଷ୍ଠ ନିରୀକ୍ଷକ ଅମିତ କୁମାର ଛୋଟରାୟ ମିଳିତ ଭାବେ ସହରରେ ଥିବା ବିଭିନ୍ନ ପେଟ୍ରୋଲପମ୍ପ ଉପରେ ଚଢ଼ାଉ କରିଥିଲେ। ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ମାପ ଠିକ୍‌ ଥିବା ବେଳେ ୫ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ଟଙ୍ଗା ଯାଇ ନ ଥିବାରୁ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।