ପେଟର ଚର୍ବି କମାଏ ହସ

ଅନେକ ପ୍ରକାର ଦୁଖଃ ଲାଗି ହସ ଏକ ଚିକିତ୍ସା। ଏହି ହସ ମୁହଁର ଆକର୍ଷଣ ବଢ଼ାଇଥାଏ। ତେବେ ଆପଣ କ’ଣ ଏହା ଜାଣନ୍ତି ହସିବା ଏକ ପ୍ରକାର ଯୋଗ। ହସିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ସେ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ଏହି କାରଣ ମଧ୍ୟ ଫିଟ୍‌ ଏବଂ ସୁସ୍ଥ ରହିବାକୁ ଆପଣଙ୍କୁ ମନୋବଳ ଯୋଗାଇଥାଏ। ତେବେ ଜାଣନ୍ତୁ ହସିବା ସମ୍ପର୍କିତ କିଛି ଉପକାରୀ ଗୁଣ ସମ୍ପର୍କରେ।

ସର୍ବଦା ହସୁଥାଅ
ପ୍ରାୟତଃ ଆପଣ ଡାକ୍ତରଙ୍କ କ୍ଲିନିକରୁ ବିଦ୍ୟାଳୟ, କଲେଜ କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନ ଏବଂ କର୍ମକ୍ଷେତ୍ରକୁ ଏକ ବାର୍ତ୍ତା ଦେଖିଥିବେ – ହସିବା ଜାରି ରଖନ୍ତୁ। ଏହି ହସ କେବଳ ଆମ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ବରଂ ଆମକୁ ସୁସ୍ଥ ମଧ୍ୟ ରଖେ। ହସ ମୁହଁର ମାଂସପେଶୀକୁ କଠିନ ରଖେ ଏବଂ ଆପଣଙ୍କୁ ଆକର୍ଷଣୀୟ କରିଥାଏ।

ହସିବା ଏକ ପ୍ରକାର ଯୋଗ
ମେଦବହୁଳତା ହ୍ରାସ କରିବା, ଓଜନ ହ୍ରାସ କରିବା କିମ୍ବା ପେଟର ଚର୍ବି କମାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଯୋଗ ବ୍ୟାୟାମ କରନ୍ତି। ଯୋଗ ପ୍ରଶିକ୍ଷକଙ୍କ ଅନୁଯାୟୀ ହସିବା ମଧ୍ୟ ଯୋଗର ଏକ ରୂପ। ତେଣୁ, ଅନ୍ୟ ଯୋଗ ସହିତ ହସିବାର ଅଭ୍ୟାସ ମଧ୍ୟ ଲାଭଦାୟକ।

ରକ୍ତ ସଞ୍ଚାଳନ
ହସିବା ଆମ ଚେହେରାର ଅନେକ ମାଂସପେଶୀକୁ ପ୍ରଭାବିତ କରିଥାଏ ଏବଂ ବିସ୍ତାର କରିଥାଏ। ଯାହା ମୁଖ କୋଷରେ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ। ଏ ନେଇ ଅନେକ ରୋଗରୁ ମୁକ୍ତି ମିଳିଥାଏ।

ହରମୋନ ନିୟନ୍ତ୍ରଣ
ଅମ୍ଳଜାନସ୍ତର ବୃଦ୍ଧି ଶରୀରର ଚାପ ସ୍ତରକୁ ହ୍ରାସ କରିଥାଏ ଏବଂ ଶରୀରରେ କର୍ଟିସୋଲର କ୍ଷରଣକୁ ହ୍ରାସ କରିଥାଏ। ଏହା ସହିତ ହସିବା ଦ୍ୱାରା ମସ୍ତିଷ୍କରେ ଡୋପାମାଇନ ସିକ୍ରେସନ ମଧ୍ୟ ବଢ଼ିଥାଏ । ଡୋପାମାଇନ ହେଉଛି ଏକ ହରମୋନ ଯାହା ଆମକୁ ଖୁସି ରଖିବା ପାଇଁ କାମ କରେ । ଏହିପରି, ହରମୋନ ନିୟନ୍ତ୍ରଣ ଦ୍ୱାରା ଶରୀରର ଚର୍ବି କମିଯାଏ ।