ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍‌ ରହିପାରିବା। କିଛି ଆସନ ମଧ୍ୟରୁ ‘ଗୋରକ୍ଷାସନ’ହେଉଛି ଗୋଟିଏ। ଏହି ଯୋଗାସନ ନିମୟିତ କଲେ ସମସ୍ତ ପେଟରୋଗ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଏହି ଯୋଗାସନ ଦ୍ୱାରା ଦୁର୍ବଳ ଜନିତ ରୋଗ ଦୂର ହେବା ସହ ଧାତୁକ୍ଷୟ ରୋଗ ମଧ୍ୟ ଦୂର ହୁଏ। ମାଂସପେଶୀ ମଜଭୁତ ହୋଇଥାଏ। ପାଚନକ୍ରିୟା ଠିକ୍‌ ହୋଇଥାଏ। ମେଦବହୁଳତା ମଧ୍ୟ ଦୂର ହୋଇଥାଏ।

ଆସନର କରିବାର ଉପାୟ :

ଏହି ଆସନ କରିବା ସମୟରେ ଦୁଇ ଆଣ୍ଠୁ ଭାଙ୍ଗି ଚକା ପକାଇ ସିଧା ବସନ୍ତୁ। ଏହା ପରେ ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଯେତେବେଳେ ନିଃଶ୍ୱାସ ଛାଡ଼ିବେ ସେତେବେଳେ ଦୁଇହାତ ଭୂମି ଉପରେ ରହିବ। ଦୁଇ ପାଦକୁ ଦୁଇ ହାତରେ ଧରି ଏମିତି ବସନ୍ତୁ ଯେମିତି ଶରୀର ଓଜନ ଗୋଇଠିର ମଝିରେ ରହିବ। ଶେଷରେ କିଛି ସମୟ ପାଇଁ ନିଃଶ୍ୱାସ ରଖି ଧୀରେ ଧୀରେ ଛାଡ଼ନ୍ତୁ।

କେଉଁମାନେ କରିବେ ନାହିଁ ଏହି ଯୋଗାସନ :

– ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ଦରଜ ଥିବ ସେମାନେ ଏହି ଆସନ କରିବେ ନାହିଁ।

– ଗୋଇଠି ଦରଜ ଥିଲେ ମଧ୍ୟ ଏହି ଆସନ କରନ୍ତୁ ନାହିଁ।

– ଥାଏରଏଡ୍‌ ଥିଲେ ଏହି ଯୋଗାସନଠାରୁ ଦୂରେଇ ରୁହନ୍ତୁ।

– ଅତ୍ୟଧିକ ମୋଟା ବ୍ୟକ୍ତି ଏହି ଆସନ ନ କରିବା ଭଲ।