ପେଙ୍ଗୁଇନ୍‌ ଗଲା ଥାନାକୁ

ଓ୍ବେଲିଙ୍ଗ୍‌ଟନ,୧୯।୭: ନ୍ୟଜିଲାଣ୍ଡର ଓ୍ବେଲିଙ୍ଗଟନ୍‌ରେ ଏକ ଜାପାନୀ ମିଠାଇ ଦୋକାନରେ ଦୁଇଟି ପେଙ୍ଗୁଇନ ବାରମ୍ବାର ପଶି ଦେକାନୀଙ୍କୁ ସମସ୍ୟାରେ ପକାଉଥିଲେ। ସେମାନଙ୍କୁ ଦୋକାନରୁ ବାହାର କଲା ପରେ ପୁଣି ଆସି ପଶିଯାଉଥିଲେ। ଏହାପରେ ଦୋକାନୀ ବିନି ମୋଁରିସ୍‌ ପୋଲିସକୁ ଏ ବିଷୟରେ ଜଣାଇଥିଲେ ଓ ପୋଲିସ୍‌ ସେହିି ପେଙ୍ଗୁଇନ୍‌ ଯୋଡିକୁୁ ଥାନାକୁ ନେଇଥିଲେ। ପେଙ୍ଗୁଇନକୁ ପୋଲିସ କଷ୍ଟୋଡିକୁ ନେବା ଏହା ପ୍ରଥମ ଘଟଣା। ଏହି ନୀଳ ପ୍ରଜାତିର ପେଙ୍ଗୁଇନ୍‌ ଲୋପ ପାଇ ଯାଉଥିବାରୁ ଏହାକୁ ସଂରକ୍ଷଣ କରାଯାଉଛି। ଏଣୁ ପୋଲିସ ପେଙ୍ଗୁଇନ ସଂରକ୍ଷଣ ବିଭାଗ ଓ ଓ୍ବେଲିଙ୍ଗ୍‌ଟନ ଚିଡିଆଖାନା ସହାୟତାରେ ଓ୍ବେଲିଙ୍ଗଟନ ବନ୍ଦରରେ ଛାଡିଥିଲେ। ସେଠାରେ ଏହି ପ୍ରଜାତିର ୬୦୦ ଯୋଡି ପେଙ୍ଗୁଇନ୍‌ ରହିଛନ୍ତି।

Share