ପୃଥୁଳତା ଓ ବ୍ୟାକ୍ଟେରିଆ

ପୃଥୁଳତା ବା ମେଦ ବୃଦ୍ଧି ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧିକ ତେଲଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଖାଇଲେ ତାହା ଓଜନ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଏହି ତାଲିକାରେ ଆଉ ଏକ କାରଣକୁ ନିକଟରେ ଯୋଡ଼ାଯାଇଛି। ଏକ ବ୍ୟାକ୍ଟେରିଆକୁ ନେଇ ଗବେଷଣା କରିବା ସମୟରେ ଏଭଳି ଚାଞ୍ଚଲ୍ୟକର କଥା ଜଣାପଡ଼ିଛି। ‘ଫ୍ଲୋରା’ ନାମକ ବ୍ୟାକ୍ଟେରିଆ ପୃଥୁଳତା ପାଇଁ ଦାୟୀ। ଏହି ବ୍ୟାକ୍ଟେରିଆର କାର୍ଯ୍ୟ ଉପରେ ପରୀକ୍ଷା କରିବା ସମୟରେ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଜାଣିପାରିଥିଲେ ଯେ ପୃଥୁଳତା ବଢ଼ାଇବାର କେତେକ ତତ୍ତ୍ୱ ଏଥିରେ ଲୁଚି ରହିଛି। ତେବେ ଏଭଳି ତଥ୍ୟ ପଛରେ ସତ୍ୟତା ନାହିଁ ବୋଲି କେତେକ ଦେଶର ବିଶେଷଜ୍ଞ ଯୁକ୍ତି ବାଢ଼ିଥିବା ବେଳେ ନିଜ ଉକ୍ତି ଠିକ୍‌ ବୋଲି ପ୍ରମାଣିତ କରିବାକୁ ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି।